Latest Odisha News

ହଠାତ୍ ମାଡିଆସିଲା ବିପଦ ..

ମଧ୍ୟପ୍ରଦେଶ: ସୋମବାର ଦେହିରିଆ କେନାଲରେ ଏକ ଅଘଟଣ ଘଟିଯାଇଛିି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଘଟଣାଟି ଥିଲା କିଛି ଏପରି । ରେଖା ବାଇ ନାମକ ଜଣେ ମହିଳାଙ୍କର ଦେହ ଅସୁସ୍ଥ ଥିବାରୁ ସେ ଏକ ମାରୁତି ଭ୍ୟାନ ଭଡା କରି ସହରକୁ ଡାକ୍ତର ଦେଖାଇବାକୁ ଯାଇଥିଲେ । ସାଙ୍ଗରେ ଥିଲେ ମାଆ, ଜଣେ ସମ୍ପର୍କୀୟ ମାମୁଁ, ୧୪ ବର୍ଷର ପୁଅ ଓ ଗାଡିର ଡ୍ରାଇଭର । ଡାକ୍ତରଙ୍କ ନିକଟରୁ ଗାଁକୁ ଫେରିବା ବେଳେ ଫେରିବା ବେଳେ ଦେହିରିଆ କେନାଲକୁ ପାର ହେଉଥିବା ବେଳେ ହଠାତ୍ ମାଡି ଆସିଲା ପାଣି । ପାଣିର ପ୍ରଖରରେ ଭାସିଗଲା ମାରୁତି ଭ୍ୟାନ । ଆଖ ପାଖର ଲୋକେ ଦେଖୁଥାନ୍ତି କିନ୍ତୁ କାହାରି କିଛି କରିବାର ଜୁ ନାହିଁ । ଘଟଣା ସ୍ଥଳରୁ ଗାଡିଟି ପ୍ରାୟ ୪୦୦ ମିଟର ଦୂର ଯାଏଁ ଭାସି ଯାଇଥିଲା ।

ସୌଭାଗ୍ୟକ୍ରମେ ଭ୍ୟାନରୁ ଡେଇ ବାହାରି ଆସିଥିଲେ ରେଖାଙ୍କ ୧୪ ବର୍ଷର ପୁଅ । କିନ୍ତୁ ରେଖାଙ୍କର ମୃତ୍ୟୁ ହୋଇଥିଲା । ସେପଟେ ତାଙ୍କ ମାଆ, ମାମୁଁ ଓ ଗାଡିର ଡ୍ରାଇଭର ପ୍ରଖର ପାଣିରେ ଭାସି ନିଖୋଜ ହୋଇଯାଇଥିଲେ ।

Leave A Reply

Your email address will not be published.