କଥାରେ ଅଛି କ୍ରୋଧ ମଣିଷର ବଡ଼ ଶତ୍ରୁ । ରାଗିଥିବା ସମୟରେ ମଣିଷ ତାର ବୁଦ୍ଧି, ବିବେକକୁ ହରାଇ ବସିଥାଏ । ବ୍ରିଟେନର ଜଣେ ରୋଷେୟା ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରି ନ ଏମିତି କିଛି କାରନାମା କରିଛନ୍ତି ଯେଉଁଥିପାଇଁ ତାଙ୍କୁ ୧୭ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଛି । ଏଭଳି ଏକ ରୋଚକ ଘଟଣା ଘଟିଛି ବ୍ରିଟେନରେ ।
ଟୋନି ୱିଲିୟମ୍ସ ନାମକ ଜଣେ ବ୍ୟକ୍ତି ବିଟ୍ରେନର ରୟାଲ୍ ୱିଲିୟମ୍ ଏକ ପବ୍ରେ ରୋଷେୟା ଭାବେ କାମ କରନ୍ତି । ପବ୍ର ମାଲିକ ତାଙ୍କୁ ତାଙ୍କର ମାସିକ ପାରିଶ୍ରମିକ ଦେବାରେ ଅବହେଳା କରିଥିଲେ । ସେ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ମାଲିକ ଠିକ୍ ସମୟରେ ତାଙ୍କର ପାରିଶ୍ରମିକ ଦେଉ ନ ଥିଲେ । ଏହାକୁ ନେଇ ଦିନେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା । ଶେଷରେ ଟୋନି ରାଗି ଯାଇ ଚାକିରି ଛାଡ଼ି ଦେଲେ । ହେଲେ ନିଜର କ୍ରୋଧ ଶାନ୍ତ କରିବା ପାଇଁ ଆସିବା ପୂର୍ବରୁ ରୋଷେଇ ଘରେ କିଛି ବିଷାକ୍ତ ଅସରପା ଛାଡ଼ି ଦେଇ ଚାଲି ଆସିଥିଲେ । ପବ୍ କର୍ମଚାରୀ ଏହା ଜାଣିପାରି ସଙ୍ଗେ ସଙ୍ଗେ କୀଟନାଶକ ପକାଇ ରୋଷେଇ ଘରକୁ ସଫା କରିଥିଲେ । ଏପରି କାର୍ଯ୍ୟ ରୋଷେଇ ଟୋନିଙ୍କର ହୋଇଥିବା ସନ୍ଦେହ କରିବା ସହ ସିସିଟିଭି ଯାଞ୍ଚ କରିଥିଲେ । ସିସିଟିଭି କ୍ୟାମରୋରେ ଟୋନି ଅସରପା ରୋଷେଇ ଘରେ ଛାଡ଼ିଥିବା ପ୍ରମାଣ ମଧ୍ୟ ମିଳିଥିଲା । ପରେ ଏହି ଘଟଣା ଥାନାରେ ପହଞ୍ôଚଲା । ପୋଲିସ ଟୋନିଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କଲା । ଶେଷରେ ଟୋନିଙ୍କୁ ୧୭ ମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ରାୟ ଦେଇଥିଲେ । ସାଧାରଣତଃ ଏହି ଅସରପାକୁ ସାପର ଖାଦ୍ୟ ଭାବେ ବ୍ୟବହାର କରାଯାଇଥାଏ ।
BREAKING NEWS
- କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ପ୍ରତିଶ୍ରୁତି ୨୦୨୮ ଅକ୍ଟୋବର ୨୩ ସୁଦ୍ଧା ଆସିବ ସମ୍ପୂର୍ଣ୍ଣ ଭାରତୀୟ ସ୍ମାର୍ଟଫୋନ୍
- ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ-୨୦୨୬ରେ ଓରମାସ୍ର ଅଂଶଗ୍ରହଣ;ପାରମ୍ପରିକ ଚାଉଳକୁ ବିଶ୍ୱ ବଜାରରେ ପହଞ୍ଚାଇବାକୁ ପ୍ରୟାସ
- ଭାରତ-ନ୍ୟୁଜିଲାଣ୍ଡ ଟି୨୦: ଈଶାନ କିଶାନଙ୍କ ସ୍ଥାନରେ କୁମାର କୁଶାଗ୍ରଙ୍କୁ ସୁଯୋଗ
- ଆନ୍ତର୍ଜାତୀୟ କ୍ରିକେଟରୁ ମେଘନାଙ୍କ ଅବସର
- ‘ଏକାମ୍ର ୱାକ୍ସ’ର ସ୍ୱତନ୍ତ୍ର ‘ୟୁଏମ୍ଆଇ’ଟ୍ରେଲ୍ ଆରମ୍ଭ
- ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ: କ୍ରିକେଟ୍ କ୍ୱାଲିଫାୟର ଓ ଯୋଗ୍ୟତା ନିୟମ
- Police Recruitment:୭୨୬୮ ପୋଲିସ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି;ଜାଣନ୍ତୁ ଆବେଦନ ତାରିଖ
- ଦ୍ୱିତୀୟ ଟି୨୦ରେ ବୈଭବଙ୍କୁ ମିଳିପାରେ ସୁଯୋଗ
- ବରଗଡ ବିଜେପୁରରେ ନାବାଳକର ସନ୍ଦେହଜନକ ମୃତ୍ୟୁ, ପୋଲିସ ତଦନ୍ତ ଜାରି
- ସନ୍ନି ଦେଓଲଙ୍କ ‘ସୂର୍ଯ୍ୟ’ ଟିଜରକୁ ନେଇ ବିବାଦ, IMAଓ AIIMS ଦିଲ୍ଲୀ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି

Comments are closed.