Latest Odisha News

BREAKING NEWS

ଯୋଡ଼ା ବ୍ଲକ ଟେକ୍ନିକାଲ୍ କନସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକର ସର୍ବଶିକ୍ଷା ଅଭିଯାନର ଟେକନିକାଲ କନସଲଟାଣ୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କ୍ଷେତ୍ରବାସୀ ମହାନ୍ତଙ୍କ ଘରେ ଚଢ଼ାଉ ଚାଲିଛି । ତାଙ୍କ ଘର ସମେତ ଏକକାଳୀନ ୪ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ ।

କ୍ଷେତ୍ରବାସୀଙ୍କର କେନ୍ଦୁଝର ସହର ପବିତ୍ରଡିହା ସ୍ଥିତ ବାସଭବନ, ସଦର ବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର, ଯଜପଶି ସ୍ଥିତ ଶ୍ୱଶୁର ଘର ଓ ଯୋଡ଼ା ଅଫିସ୍‌ରେ ରେଡ୍ ଜାରି ରହିଛି । ତାଙ୍କ ଘରୁ ଓ ଅଫିସରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା ରେଡରୁ ତାଙ୍କର ଗୋଟିଏ ଦୁଇ ମହଲା କୋଠା ଓ ଦୁଇଟି ଚାରି ଚକିଆ ଗାଡ଼ି ଥିବା ଜଣା ପଢ଼ିଛି । ରେଡରେ ସାମିଲ ଅଛନ୍ତି ଦୁଇ ଜଣ ଡିଏସପି, ଚାରି ଜଣ ଇନିସପେକ୍ଟର ଓ ଅନ୍ୟ କର୍ମଚାରୀ ।

ଚଢ଼ାଉ ସରିବା ବେଳେ କ୍ଷେତ୍ରବାସୀଙ୍କର କେତେ ଆୟ ବର୍ହିଭୂତ ସମ୍ପତ୍ତି ରହିଛି ସ୍ପଷ୍ଟ ହେବ । ଗତ କିଛି ଦିନ ହେବ ରାଜ୍ୟବ୍ୟାପୀ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜୋରଦାର କରାଯାଇଛି । ବହୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଘରେ ରେଡ୍ ହୋଇଛି ।

Leave A Reply

Your email address will not be published.