Latest Odisha News

BREAKING NEWS

‘ଦ୍ୱିତୀୟ ଥର ପଢିବାକୁ’ ଟିପିରେ ଲେଖାହୋଇଥିଲା, ଭୁଲରେ ପଢିଦେଲେ ବାଇଡେନ !

ଓ୍ୱାଶିଂଟନ: ପୁଣିଥରେ ଚର୍ଚ୍ଚାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଏକ ସ୍ପିଚ ଦେଉଥିବା ବେଳେ ସାମ୍ନାରେ ଥିବା ଟେଲିପ୍ରମ୍ପଟରକୁ ଦେଖି ପଢୁଥିଲେ ବାଇଡେନ । ଏହି ସମୟରେ ଗୋଟିଏ ଧାଡିକୁ ପୁନର୍ବାର ପଢିବାକୁ ଟିପିରେ ଲେଖାହୋଇଥିଲା । ଏହା ମନେପକାଇବା ପାଇଁ ବାଇଡେନଙ୍କ ଉଦ୍ଦେଶ୍ୟରେ ଲେଖାହୋଇଥିଲା । କିନ୍ତୁ ବାଇଡେନ୍ ସମାନ ଧାଡି ପଢି ଦେଇଛନ୍ତି। ଯାହାକୁ ନେଇ ଏବେ ସୋଶିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ରପତି । ବାଇଡେନ ଗର୍ଭପାତ ଆଇନ ବିଷୟରେ କହୁଥିବା ବେଳେ ଏପରି ଏକ ଭୁଲ କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାଇଡେନ ଗର୍ଭପାତ ଆଇନ ବାବଦରେ ବକ୍ତବ୍ୟ ଦେଉଥିଲେ। ଏହି ସମୟରେ ଟିପିରେ ଇଂରାଜୀରେ ଉଲ୍ଲେଖ ଥିଲା ରିପିଟ୍ ଦ ଲାଇନ୍ । ଓଡିଆରେ ଏହାର ଅର୍ଥ ପୁନର୍ବାର ସମାନ ଲାଇନକୁ ଆଉ ଥରେ କୁହନ୍ତୁ । କିନ୍ତୁ ବାଇଡେନ ଏହାକୁ ବୁଝିନପାରି ହେଉ ଅବା ଅନ୍ୟମନସ୍କ କାରଣରୁ ରିପିଟ୍ ଦ ଲାଇନ୍ ବୋଲି ପଢ଼ି ଦେଇଥିଲେ। ଯାହାକୁ ନେଇ ଲୋକେ ଏବେ ବାଇଡେନଙ୍କୁ ନେଇ ଥଟ୍ଟା ମଜା କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ବାଇଡେନଙ୍କ ଭାଷଣ ତାଙ୍କ କର୍ମଚାରୀଙ୍କ ଦ୍ୱାରା ଲେଖାଯାଇଛି। ସୋାଶିିଆଲ ମିଡିଆରେ ବାଇଡେନଙ୍କ ସଂପୃକ୍ତ କ୍ଲିପଟି ଭାଇରାଲ ହେବାରେ ଲାଗିଛି। ଆଉ ଏପରି ଭୁଲକୁ ବାଇଡେନ ତୀବ୍ର ନିନ୍ଦା କରିଛନ୍ତି। ଟେସଲା ସିଇଓ ଏଲୋନ୍ ମସ୍କ ମଧ୍ୟ ଏକ ମିମ୍ସ ଶେୟାର କରି ଏକ ଟ୍ୱିଟ୍ ପୋଷ୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ସାଧାରଣତଃ ନ୍ୟୁଜ ଚ୍ୟାନେଲରେ ଯେଉଁମାନେ ଖବର ପଢ଼ନ୍ତି ସେମାନେ ଟିପି ପଢି ଲୋକଙ୍କୁ ଖବର ଜଣାନ୍ତି । ତେଣୁ ସେମାନଙ୍କୁ ଟିପି ରିଡର ବା ନ୍ୟୁଜ ରିଡର ବୋଲି କୁହାଯାଏ। କାଳକ୍ରମେ ନେତାମାନେ ଲମ୍ବା ଲମ୍ବା ଭାଷଣ ଦେବା ବେଳେ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କାଗଜରୁ ନପଢି ନିଜେ ମନେ ରଖିଲା ବୋଲି ଦେଖାଇବାକୁ ଯାଇ ଏବେ ଟିପି ପଢୁଛନ୍ତି।

Comments are closed.