Latest Odisha News

BREAKING NEWS

ପଦାର୍ପଣ ଟେଷ୍ଟରେ କନୱେଙ୍କ ରେକର୍ଡ ବର୍ଷା

ଲଣ୍ଡନ: ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଡେଭନ କନୱେ ଇଂଲଣ୍ଡ ବିପକ୍ଷ ପଦାର୍ପଣ ମ୍ୟାଚରେ ରେକର୍ଡ ବର୍ଷା କରିଛନ୍ତି । ୧୪୪ ବର୍ଷ ଟେଷ୍ଟ ଇତିହାସରେ ପଦାର୍ପଣ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ସେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଏବଂ ଓଭରାଲ ୭ମ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି । କନୱେ ଲର୍ଡ୍ସରେ ୧୨୫ ବର୍ଷ ତଳର ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ତାଙ୍କ ପୂର୍ବରୁ ୧୮୯୬ରେ କେଏସ ରଣଜିତ ସିଂ ଇଂଲଣ୍ଡ ଟିମ ପକ୍ଷରୁ ଖେଳି ଅଷ୍ଟ୍ରେଲିଆ ବିପକ୍ଷରେ ୧୫୪ ରନ ସଂଗ୍ରହ କରିଥିଲେ । କନୱେ ଦ୍ୱିଶତକ ହାସଲ କରି ଏହି ରେକର୍ଡ ଭାଙ୍ଗିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ ଭାବେ ସେ ପ୍ରଥମ ଟେଷ୍ଟରେ ତୃତୀୟ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଜ୍ୟାକ୍ସ ରୁଡଲୋଫ ବାଂଲାଦେଶ ବିପକ୍ଷରେ ୨୨୨ ଅପରାଜିତ ରନ ସଂଗ୍ରହ କରିଥିଲେ । କନୱେ ଭାରତର ଶିଖର ଧାୱନଙ୍କ ୧୮୭ ରନକୁ ଅତିକ୍ରମ କରିଛନ୍ତି । ନ୍ୟୁଜିଲାଣ୍ଡର ତୃତୀୟ ଖେଳାଳି ଭାବେ ପଦାର୍ପଣ ଟେଷ୍ଟରେ ୧୫୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି ।

ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଡେଭନ କନୱେଙ୍କ ୨୦୦ ରନ ସହାୟତାରେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୭୮ ରନ ସଂଗ୍ରହ କରି ଅଲଆଉଟ ହୋଇ ଯାଇଥିଲା । ଶେଷ ଭାଗରେ ଇଂଲଣ୍ଡ ବୋଲର ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ଜବାବରେ ଇଂଲଣ୍ଡ ଦ୍ୱିତୀୟ ଦିବସ ସୁଦ୍ଧା ୨ ଉଇକେଟ ବିନିମୟରେ ୧୧୧ ରନ ସଂଗ୍ରହ କରିଛି ।

Leave A Reply

Your email address will not be published.