Latest Odisha News

BREAKING NEWS

ବାଇଡେନ୍‌ ଦଳରେ ସାମିଲ୍‌ ହେଲେ ଭାରତୀୟ-ଆମେରିକୀୟ ଆଇନଜୀବୀ କିରଣ ଅହୁଜା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ-ଆମେରିକୀୟ ଆଇନଜୀବୀ ତଥା ଅଧିକାର କର୍ମୀ କିରଣ ଅହୁଜାଙ୍କୁ ଅଫିସ୍ ଅଫ୍ ପର୍ସୋନେଲ୍‌ ମ୍ୟାନେଜମେଣ୍ଟ କାର୍ଯ୍ୟାଳୟର ମୁଖ୍ୟ ଭାବରେ ମନୋନୀତ କରିଛନ୍ତି। ଯାହା ଆମେରିକାର ଦୁଇ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କୁ ପରିଚାଳନା କରିଥାଏ।

ଯଦି ସିନେଟ ଦ୍ବାରା ନିଶ୍ଚିତ କରାଯାଏ ତେବେ ମଙ୍ଗଳବାର ଦିନ ମନୋନୀତ ହୋଇଥିବା ୪୯ ବର୍ଷୀୟା ଅହୁଜା ପ୍ରଥମ ଭାରତୀୟ-ଆମେରିକୀୟ ଭାବେ ଆମେରିକା ସରକାରରେ ଏହି ଶୀର୍ଷ ପଦବୀରେ ରହିବେ।

ଅହୁଜା ୨୦୧୫ ରୁ ୨୦୧୭ ପର୍ଯ୍ୟନ୍ତ ଆମେରିକାର ଅଫିସ୍ ଅଫ୍ ପର୍ସୋନେଲ୍‌ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଭାବରେ କର୍ମଚାରୀଙ୍କ ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କର ଦୁଇ ଦଶନ୍ଧିରୁ ଅଧିକ ଜନସେବା ଏବଂ ଲୋକହିତକର କ୍ଷେତ୍ରର ନେତୃତ୍ୱ ଅଭିଜ୍ଞତା ରହିଛି।

ଅହୁଜା ବର୍ତ୍ତମାନ ଫିଲାନ୍‌ଟ୍ରୋଫି ନର୍ଥୱେଷ୍ଟରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି। ସେ ଆମେରିକାର ନ୍ୟାୟ ବିଭାଗରେ ନାଗରିକ ଅଧିକାର ଆଇନଜୀବୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ।

Comments are closed.