Latest Odisha News

BREAKING NEWS

ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଆମେରିକାବାସୀଙ୍କୁ କରୋନା ଭ୍ୟାକସିନ୍ ଫ୍ରି

ଓ୍ୱାଶିଂଟନ୍: ବିହାର ବିଧାନସଭା ନିର୍ବାଚନ ପାଇଁ ଇସ୍ତାହରରେ ବିଜେପି ପ୍ରତିଶ୍ରୁତି ଦେଇଛି କ୍ଷମତାକୁ ଆସିଲେ ରାଜ୍ୟବାସୀଙ୍କୁ ମାଗଣାରେ ଦେବ କରୋନା ଟିକା । ଆମେରିକାରେ ବି ରାଷ୍ଟ୍ରପତି ନିର୍ବାଚନ ରଣାଙ୍ଗନାରେ କରୋନା ଟିକା ମୁଖ୍ୟ ମୁଦ୍ଦା ହୋଇଛି । ବିଜୟୀ ହେଲେ ଆମେରିକାବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ ଜୋ ବିଜେନ୍ ।

ଏକ ନିର୍ବାଚନ ପ୍ରଚାର ସଭାରେ ବିଡେନ୍ କହିଛନ୍ତି, ଆମ ପାଖରେ ସୁରକ୍ଷିତ ଓ ସଫଳ ଟିକା ଉପଲବ୍ଧ ହେବା କ୍ଷଣି ସମସ୍ତଙ୍କୁ ମାଗଣାରେ ଯୋଗାଇ ଦିଆଯିବ । ବୀମା ଥାଉ କି ନଥାଉ ସମସ୍ତଙ୍କ ପାଖରେ ପହଞ୍ଚିବ ଭ୍ୟାକସିନ୍ । ନିର୍ବାଚନରେ ବିଜୟୀ ହେଲେ ଆମେରିକାକୁ ମହାମାରୀ ମୁକ୍ତ କରିବା ତାଙ୍କର ଫୋକସ ରହିବ ବୋଲି କହିଛନ୍ତି ଜୋ ବିଡେନ୍ ।

ଶୁକ୍ରବାର ଦିନ ରାଷ୍ଟ୍ରପତି ନିର୍ବାଚନ ନେଇ ଅନ୍ତିମ ଡିବେଟରେ ଡୋନାଲ୍ଡ ଟ୍ରମ୍ପ କହିଥିଲେ, ଆଗାମୀ କିଛି ସପ୍ତାହରେ କରୋନା ଟିକା ଆସିବ । ଏହାର ଦିନେ ପରେ ଜୋ ବିଡେନ୍ କହିଛନ୍ତି, ବିଜୟୀ ହେଲେ ମାଗଣାରେ କରୋନା ଟିକା ବାଣ୍ଟିବେ ।

କେବେ ଆସିବ କରୋନା ଟିକା ? ନିର୍ଦ୍ଦିଷ୍ଟ ଭବାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କି ଗବେଷଣା କରୁଥିବା ସଂସ୍ଥା କାହାରି ପାଖରେ ଖବର ନାହିଁ । କିନ୍ତୁ ମାଗଣାରେ ଲୋକଙ୍କୁ ଟିକା ବାଣ୍ଟିବା ପାଇଁ ରାଜନୈତି ପ୍ରତିଶ୍ରୁତି ଦେଉଛନ୍ତି ।

Leave A Reply

Your email address will not be published.