Latest Odisha News

BREAKING NEWS

ଭାରତକୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟର ମାନ୍ୟତା ଦେବାକୁ ଉଦ୍ୟମ କରିବ ଆମେରିକା!

ୱାଶିଂଟନ୍: ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ତଥା ଆଣବିକ ଯୋଗାଣକାରୀ ଗୋଷ୍ଠୀରେ ପ୍ରବେଶ ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ୍‌ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ବୈଠକରେ ଆମେରିକାର ସମର୍ଥନକୁ ଦୋହରାଇଛନ୍ତି।

ରାଷ୍ଟ୍ରପତି ବାଇଡେନ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହୋଇଥିବା ଆଲୋଚନାରେ ଅଗଷ୍ଟ ୨୦୨୧ ରେ ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷତାରେ ଭାରତର “ଦୃଢ ନେତୃତ୍ୱ” କୁ ପ୍ରଶଂସା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ବାଇଡେନ ଏକ ସଂସ୍କାରିତ ଜାତିସଂଘ ସୁରକ୍ଷା ପରିଷଦ ତଥା ଭାରତର ସ୍ଥାୟୀ ସଦସ୍ୟତା ପାଇଁ ଆମେରିକାର ସମର୍ଥନକୁ ଦୋହରାଇଛନ୍ତି। କାରଣ ମିଳିତ ଜାତିସଂଘରେ ଭାରତ ସୁରକ୍ଷା ପରିଷଦର ଏକ ଜରୁରୀକାଳୀନ ସଂସ୍କାର ଆଣିବା ପ୍ରୟାସରେ ଅଗ୍ରଭାଗରେ ରହିଆସିଛି।

Leave A Reply

Your email address will not be published.