Latest Odisha News

BREAKING NEWS

ବଢିଲା ବାଇଡେନଙ୍କ ଅଡୁଆ: ଟିକସ ଚୋରି ମାମଲାରେ ଫସିଲେ ପୁଅ ‘ହଣ୍ଟର’

ୱାଶିଂଟନ: ବଢିଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଡୁଆ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବାଇଡେନଙ୍କ ଲାଗି ଅଡୁଆ ବଢିବାରେ ଲାଗିଛି। ଟିକସ ଚୋରି ମାମଲାରେ ଫସିଛନ୍ତି ବାଇଡେନଙ୍କ ପୁଅ ହଣ୍ଟର ବାଇଡେନ। ହଣ୍ଟର ୧.୪ ମିଲିୟନ୍ ଡଲାର ଟିକସ ଚୋରି କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ୨୦୧୬ରୁ ୨୦୧୯ ମଧ୍ୟରେ ହଣ୍ଟର ବାଇଡେନ୍ ୧.୪ ମିଲିୟନ୍‌ ଡଲାରର ଟିକସ ପୈଠ କରିନାହାନ୍ତି । ଏପରିକି ଟିକସ ଫାଙ୍କିବା ପାଇଁ ସେ ସ୍ବତନ୍ତ୍ର ଯୋଜନା କରିଥିବା କୁହାଯାଉଛି। ଏନେଇ କେନ୍ଦ୍ରୀୟ କାର୍ଲିଫର୍ଣ୍ଣିଆର ଆମେରିକୀ ଜିଲ୍ଲା କୋର୍ଟରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ହଣ୍ଟର ବାଇଡେନ୍ ଟିକସ ଦେବାରେ ଅନିୟମିତତା କରିଛନ୍ତି । ତାଙ୍କ ବିରୋଧରେ ଟିକସ ଚୋରି ନେଇ ୯ଟି ଅଭିଯୋଗ ହୋଇଛି। ୨୦୧୬ରୁ ୨୦୨୦ ମଧ୍ୟରେ ହଣ୍ଡର ବାଇଡେନ୍ ୭ ମିଲିୟନ ଡଲାରରୁ ଅଧିକ ଆୟ କରିଛନ୍ତି । ଆୟକୁ ସେ ରାଜକୀୟ ଚଳଣୀ ଉପରେ ଖର୍ଚ୍ଚ କରି ଟିକସ ଦେଇ ନଥିବା ଅଭିଯୋଗ ହୋଇଛି ।

ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ହଣ୍ଟର ବାଇଡେନଙ୍କୁ ୧୭ ବର୍ଷର ଜେଲ୍‌ ଦଣ୍ଡାଦେଶ ହୋଇପାରେ । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ବାଇଡେନ୍ ପୁଅ ସହ ଥିବା କହିଛନ୍ତି । ଏଭଳି ସ୍ଥିତିରେ ହଣ୍ଟରଙ୍କୁ ଜେଲ୍ ହେଲେେ ବାଇଡେନଙ୍କ ପାଇଁ ନିର୍ବାଚନରେ ଅଡୁଆ ବଢ଼ାଇ ପାରେ ।

 

Leave A Reply

Your email address will not be published.