Latest Odisha News

BREAKING NEWS

୧୩୦ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ କଦଳୀ ଖାଇଲେ ଛାତ୍ରଛାତ୍ରୀ

ଜୟପୁର: ୧୩୦ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ କଦଳୀ ଖାଇଲେ ଛାତ୍ରଛାତ୍ରୀ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଓ ପୌରାଞ୍ଚଳର ସମସ୍ତ ୧୩୦ଟି ସ୍କୁଲରେ ଶୁକ୍ରବାର ଛାତ୍ରଛାତ୍ରୀମାନଙ୍କୁ ଅଣ୍ଡା ବଦଳରେ କଦଳୀ ଦିଆଯାଇଛି । ମଧ୍ୟାହ୍ନ ଭୋଜନ ଯୋଗାଉଥିବା କେନ୍ଦ୍ରୀୟ କିଚେନ୍ ପକ୍ଷରୁ କଦଳୀ ଦିଆଯାଇଛି । ଭାତ ସହ ଆଳୁ, ସୋୟାବିନ୍ ତରକାରୀ ପାଣି ସହ କଦଳୀ ବିତରଣ କରିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀ ।

ପୂର୍ବରୁ ବିଦ୍ୟାଳୟରେ ଅଣ୍ଡା ଦେବା ସ୍ଥାନରେ ଅନ୍ୟ ଫଳ ଓ ବିସ୍କୁଟ ଦିଆଯିବା ନଜିର ରହିଛି । ଗତ କିଛି ଦିନ ତଳେ ବି ଏଭଳି ଅଣ୍ଡା ବଦଳରେ କମଳା ବିତରଣ କରାଯାଇଥିଲା । ମଧ୍ୟାହ୍ନ ଭୋଜନରେ ଅଣ୍ଡା ଏବଂ ପୃଷ୍ଠିକର ଖାଦ୍ୟ ଦେବା ଲକ୍ଷ୍ୟ ଏହି ସ୍ଥିତିରେ ଫେଲ୍ ମାରୁଛି । ତେବେ ଆଜି ପିଲାମାନେ ଏଭଳି ଖାଦ୍ୟକୁ ବହୁ କଷ୍ଟରେ ଖାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ବି ଏହି ସଂସ୍ଥା ପକ୍ଷରୁ ପୋକରା ଓ ଖରାପ ଚାଉଳର ଭାତ, ପାଣିଆ ଡାଲି, ପନିପରିବା ବିହୀନ ଡାଲମା କିମ୍ବା ତରକାରୀ ଦେବା ଅଭିଯୋଗ ହୋଇ ଆସୁଥିଲା ।

ଏଭଳି ଅଭିଯୋଗ ହେବା ପରେ ମହିଳା ସ୍ୱୟଂ ସହାୟକ ଦଳ ଗୁଡ଼ିକୁ ଏଥିରେ ନିୟୋଜିତ କରାଯାଇଥିଲା । ପୁଣି ଏବେ ମହିଳା ସ୍ୱୟଂ ସହାୟକଦଳକୁ ବାଦ୍ ଦେଇ କେନ୍ଦ୍ରୀୟ କିଚେନରୁ ଖାଦ୍ୟ ଯୋଗା ଯାଉଛି । ଏଭଳି ଅଭିଯୋଗ ହେବା ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ, ଏବିଇଓ ଆଦିଙ୍କୁ ସାଙ୍ଗରେ ନେଇ ଗଡ଼ପଦର ସହ ସହରର କିଛି ସ୍କୁଲ ବୁଲି ତଦାରଖ କରିଥିଲେ । ସ୍କୁଲ ଗୁଡିକର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଏଭଳି ହୋଇଥିବା ସଂପର୍କରେ ଜଣାଇଥିଲେ । ସେ ଏ ନେଇ ଜିଲ୍ଳା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିବା ସହ ସଂପୃକ୍ତ ଖାଦ୍ୟ ଯୋଗାଉଥିବା ସଂସ୍ଥାକୁ ପଚାରିଥିବା କହିଛନ୍ତି ବିଇଓ । ଉକ୍ତ ସଂସ୍ଥାକୁ ଅଣ୍ଡା ଯୋଗାଉଥିବା ଭେଣ୍ଡର ଅଣ୍ଡା ନ ଯୋଗାଇବାର କଦଳୀ ଦିଆଯାଇଥିବା କହିଥିବା କହିଛନ୍ତି ବିଇଓ । ତେବେ ବିଇଓଙ୍କୁ ପୂର୍ବରୁ ଉକ୍ତ ସଂସ୍ଥା ପକ୍ଷରୁ ଏହି ସୂଚନା ଦେବା କଥା । ସେଭଳି କିଛି ଦେଇ ନଥିବା କହିଛନ୍ତି ବିଇଓ । ଉକ୍ତ ସଂସ୍ଥାକୁ ଏ ନେଇ କାରଣ ଦର୍ଶାଅ ଚିଠି କରାଯିବ ବୋଲି କହିଛନ୍ତି । ପୂର୍ବରୁ ଦିନେ ପଂଚୁକ ଥିବାରୁ ଅଣ୍ଡା ବଦଳରେ କମଳା ଦିଆଯାଇଥିଲା ।

Leave A Reply

Your email address will not be published.