Latest Odisha News

BREAKING NEWS

ଆଇପିଏଲ ୨୦୨୬: ପ୍ଲେ ଅଫରେ ରାଜସ୍ଥାନ, ଚୂଡାନ୍ତ ହେଲା କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ଏବେ ଶେଷ ପର୍ଯ୍ୟାୟରେ ପଂହଚିଛି । ରବିବାର ରାଜସ୍ଥାନ ରୟାଲ୍ସ ୪ର୍ଥ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛି । ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜରାଟ ଟାଇଟାନ୍ସ ପ୍ଲେ ଅଫକୁ ଉନ୍ନୀତ ହୋଇଥିଲେ । କ୍ୱାଲିଫାୟର ୧ରେ ଆରସିବି ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମୁକାବିଲା ହେବ । ଏହା ମେ ୨୬ରେ ଧର୍ମଶାଳାରେ ଖେଳାଯିବ । ୨୭ରେ ନ୍ୟୁ ଚଣ୍ଡୀଗଡରେ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ହେବ । କ୍ୱାଲିଫାୟର ୨ରେ ଏଲିମିନେଟର ବିଜେତା ଓ କ୍ୱାଲିଫାୟରରେ ହାରିଥିବା ଟିମ ମଧ୍ୟରେ ମୁକାବିଲା ହେବ । ମେ ୨୯ରେ ନ୍ୟୁ ଚଣ୍ଡୀଗଡରେ ଏହା ଖେଳାଯିବ ।

ଅହମ୍ମଦାବାଦରେ ମେ ୩୧ରେ ଫାଇନାଲ ମ୍ୟାଚ ଖେଳାଯିବ । ୱାଙ୍ଖେଡରେ ଖେଳା ଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ ରାଜସ୍ଥାନ ରୟାଲ୍ସ ୨୦୫ ରନ କରିଥିଲା । ଧ୍ରୁବ ଜୁରେଲ ସର୍ବାଧିକ ୩୮ ରନ କରିଥିଲେ । କେହି ବଡ ସ୍କୋର କରି ନ ଥିଲେ ମଧ୍ୟ ଦଳଗତ ପ୍ରଦର୍ଶନ ଯୋଗୁ ରାଜସ୍ଥାନ ୨୦୦ ସ୍କୋର ପାର କରିଥିଲା । ଜବାବରେ ମୁମ୍ବାଇ ୯ ୱିକେଟ ବିନିମୟରେ ୧୭୫ ରନ କରିବାକୁ ସକ୍ଷମ ହୋଇଥିଲା । ସୂର୍ଯ୍ୟକୁମାର ଯାଦବ ୬୦ ରନ କରିଥିଲେ । ଶେଷ ଭାଗରେ ଜୋଫ୍ରା ଆର୍ଚ୍ଚରଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ଯୋଗୁ ରାଜସ୍ଥାନ ମ୍ୟାଚରେ ବିଜୟ ହାସଲ କରିପାରିଥିଲା ।

Leave A Reply

Your email address will not be published.