Latest Odisha News

BREAKING NEWS

ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଭୂକମ୍ପ, ଥରିଲା ଜମ୍ମୁ କଶ୍ମୀର ଓ ଦିଲ୍ଲୀ

ନୂଆଦିଲ୍ଲୀ: ଆଫଗାନିସ୍ତାନ-ତାଜିକିସ୍ତାନ ସୀମାରେ ଭୂମିକମ୍ପ । ଆଜି ସକାଳ ୯.୪୫ରେ ଭୂମିକମ୍ପ ସୃଷ୍ଟି ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୭ । ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି ବା ଏନ୍‌ସିଏସ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂମିକମ୍ପର ପ୍ରଭାବ ଜମ୍ମୁ କଶ୍ମୀରରେ ବି ପଡ଼ିଛି । ସେହିପରି ଦିଲ୍ଲୀରେ ବି ଅନୁଭୂତ ହୋଇଛି ଝଟକା ।

ଜମ୍ମୁ କଶ୍ମୀରର କଶ୍ମୀର ଘାଟି ଓ ଜମ୍ମୁ ଅଞ୍ଚଳରେ ଜୋର ଝଟକା ଅନୁଭୂତ ହୋଇଛି । ଭୟରେ ଲୋକ ନିଜ ନିଜ ଘରୁ ବାହାରୁ ଚାଲି ଆସିଥିଲେ । ଜୋରରେ ଦୋହଲିଥିଲା ମାଟି । ଦିଲ୍ଲୀ ଏନସିଆର୍ ଓ ଅନ୍ୟାନ୍ୟ ଅଞ୍ଚଳରେ ଲୋକ ଭୂକମ୍ପ ଝଟକା ଅନୁଭୂତ କରିଥିଲେ । ତେବେ ଭୂମିକମ୍ପ ଜନିତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳନାହିଁ । ପୂର୍ବରୁ ଜାନୁଆରୀ ୧୪ ତାରିଖରେ ଜମ୍ମୁ କଶ୍ମୀରରେ ବି ଭୂକମ୍ପ ଅନୁଭୂତ ହୋଇଥିଲା ।

Comments are closed, but trackbacks and pingbacks are open.