Latest Odisha News

BREAKING NEWS

ଅନୁଗୁଳରେ କାର ଧକ୍କାରେ ସାମ୍ବାଦିକ ମୃତ୍ୟୁ ଘଟଣା: କାରଟି ପୂର୍ବତନ ବିଜେଡି ସରପଞ୍ଚଙ୍କ ସୂଚନା

ଅନୁଗୁଳ : ଅନୁଗୁଳ କଣିହାଁ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ବଜ୍ରକୋଟ ଗାଁରେ କାର ଧକ୍କାରେ ସାମ୍ବାଦିକ ମୃତ୍ୟୁ ଘଟଣା । ଏହି ଘଟଣାରେ ଉତ୍ୟକ୍ତ ଲୋକମାନେ ପୋଡିଦେଇଥିବା କାରଟି ଜଣେ ପୂର୍ବତନ ବିଜେଡି ସରପଞ୍ଚଙ୍କ ବୋଲି ଜଣାପଡିଛି । ଗତକାଲି ବାଣପୁରରେ ବିଧାୟକ ପ୍ରଶାନ୍ତ ଜଗଦେବ ଲୋକଙ୍କ ଉପରେ ଗାଡି ଚଢାଇଦେବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଥିବା ବେଳେ । ଆଜି ଅନୁଗୁଳରେ ବିଜେଡି ସରପଞ୍ଚଙ୍କ କାର ଧକ୍କାରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

Comments are closed, but trackbacks and pingbacks are open.