Latest Odisha News

BREAKING NEWS

କମଳନାଥଙ୍କ ପ୍ରେସ୍ ମିଟରେ ଯୋଗ ଦେଇଥିବା ସାମ୍ବାଦିକ କରୋନା ଭାଇରସରେ ଆକ୍ରାନ୍ତ

ଭୋପାଲ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କମଳନାଥ ଆୟୋଜନ କରିଥିବା ପ୍ରେସ୍ ମିଟରେ ଯୋଗଦେଇଥିବା ଜଣେ ସାମ୍ବାଦିକ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଏହାପୂର୍ବରୁ ଉକ୍ତ ସାମ୍ବାଦିକଙ୍କ ଝିଅ ମଧ୍ୟ କୋଭିଡ୍-୧୯ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସେ ଯାହା ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ପୋଲିସ ଖୋଜୁଛି । କମଳନାଥ ମଧ୍ୟ ଏକାନ୍ତବାସରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ସାମ୍ବାଦିକ ଜଣଙ୍କ ପ୍ରେସ କନଫରେନ୍ସ ବେଳେ ଅନ୍ୟମାନଙ୍କ ସହ ମିଶି ଥିଲେ।

 ସେଠାରେ ଉପସ୍ଥିତ ସାମ୍ବାଦିକ ଓ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା କମଲନାଥଙ୍କ ପ୍ରେସ କନଫରେନ୍ସରେ ଉପସ୍ଥିତ ଥିବା ସାମ୍ବାଦିକଙ୍କୁ ସେଲଫ କ୍ୱାରେଣ୍ଟାଇନରେ ରହିବାକୁ କହିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ସାମ୍ବାଦିକଙ୍କ ପରିଚୟ ଗୋପନ ରଖାଯାଇଛି। ସେହିପରି ସେ କେଉଁ ଚ୍ୟାନେଲ ବା ଖବରକାଗଜ ପାଇଁ କାମ କରୁଥିଲେ, ସେକଥା ମଧ୍ୟ କୁହାଯାଇ ନାହିଁ।

Leave A Reply

Your email address will not be published.