ନୂଆଦିଲ୍ଲୀ: ଜୁଲାଇରେ ନାଲି ଆଖି ଦେଖାଇଛି କରୋନା । ଭାରତ ଏବଂ ଓଡ଼ିଶାରେ ଲମ୍ବା ଲମ୍ଫ ମାରିଛି । ଦେଶରେ ଦିନକୁ ୫ ହଜାର ପାର୍ କରିଛି ପଜିଟିଭ କେସ୍ । ଲକ୍ଷାଧିକ ପଜିଟିଭ ବାହାରିଛନ୍ତି । ଜୁଲାଇରେ ଦେଶରେ ସାଢ଼େ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟରେ ୨୪ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶରେ ସାଢ଼େ ୧୦ ଲକ୍ଷ, ରାଜ୍ୟରେ ୨୪ ହଜାର
ଜୁଲାଇ ୧ରେ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଥିଲା ୫ ଲକ୍ଷ ୮୫ ହଜାର ୪୯୩ । ସେତେବେଳେ ଓଡ଼ିଶାରେ ୭ ହଜାର ୫୪୫ ଜଣ ଆକ୍ରାନ୍ତ ଥିଲେ । ଜୁଲାଇ ୩୧ରେ ଦେଶରେ ପଜିଟିଭ୍ କେସ୍ ବଢ଼ି ୧୬ ଲକ୍ଷ ୩୮ ହଜାର ୮୭୦ରେ ପହଞ୍ଚିଥିଲା । ରାଜ୍ୟରେ ୩୧ ହଜାର ୮୭୭କୁ ବୃଦ୍ଧି ପାଇଥିଲା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ।

ଦେଶରେ ୬୪%, ରାଜ୍ୟରେ ୭୬% ସଂକ୍ରମଣ
ଜୁଲାଇରେ ଦେଶରେ ୧୦ ଲକ୍ଷ ୫୩ ହଜାର ୩୭୭ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ଓଡ଼ିଶାର କୋରୋନା ସଂକ୍ରମିତଙ୍କ ତାଲିକାରେ ଯୋଡ଼ି ହୋଇଥିଲେ ୨୪ ହଜାର ୨୪୩ ଜଣ । ଗୋଟିଏ ମାସରେ ଭାରତରେ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିଲା । ଓଡ଼ିଶାରେ ୭୬ ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ମୁଣ୍ଡ ନେଇଛି କରୋନା
ଜୁଲାଇରେ ଦେଶ ଓ ରାଜ୍ୟରେ ବଢ଼ିଥିଲା କରୋନା ମୃତ୍ୟୁ ସଂଖ୍ୟା । ଜୁଲାଇ ୧ରେ ଦେଶରେ ପ୍ରାଣ ହରାଇଥିଲେ ୧୭ ହଜାର ୪ ଶହ ଆକ୍ରାନ୍ତ । ସେତେବେଳେ ଓଡ଼ିଶାରେ କରୋନା ନେଇଥିଲା ୨୭ ମୁଣ୍ଡ । ଜୁଲାଇ ୩୧ ସୁଦ୍ଧା ଭାରତର ମୃତ୍ୟୁସଂଖ୍ୟା ୧୭ ହଜାରରୁ ବଢ଼ି ୩୫ ହଜାର ୭୪୭ରେ ପହଞ୍ଚିଗଲା । ଓଡ଼ିଶାରେ ଜୁଲାଇ ମାସ ସୁଦ୍ଧା ୧୭୭ ମୁଣ୍ଡ ନେଇଥିଲା କରୋନା ।

ସୁସ୍ଥ ହୋଇଛନ୍ତି ଅଧିକ
ଦେଶରେ ସଂକ୍ରମଣ ବଢ଼ିଥିଲା ବି ଆଶ୍ୱସ୍ତିକର ଖବର ହେଉଛି ଅଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଜୁଲାଇ ୧ତାରିଖରେ ଦେଶରେ କରୋନା ଆକ୍ଟିଭ କେସ୍ କେସ୍ ଥିଲା ୨ ଲକ୍ଷ ୨୦ ହଜାର ୧୧୪ । ସେତେବେଳେ ଓଡ଼ିଶାରେ ୨ ହଜାର ୧୫୭ଟି କରୋନା ସକ୍ରିୟ ମାମଲା ରହିଥିଲା । ଜୁଲାଇ ୩୧ରେ ଦେଶରେ ରହିଥିଲା ୫ ଲକ୍ଷ ୪୫ ହଜାର ୩୧୮ ଆକ୍ଟିଭ୍ କେସ୍ । ଓଡ଼ିଶାରେ ଏହି ସଂଖ୍ୟା ଥିଲା ୧୧ ହଜାର ୧ ୪୫ ।
BREAKING NEWS
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
Comments are closed.