ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗର ୯ମ ସଂସ୍କରଣ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି ଓଡିଶା ଏଫସି । ଦଳକୁ ଆହୁରି ମଜଭୁତ କରିବା ପାଇଁ ଗୁରୁବାର ସ୍ପେନର ମିଡଫିଲ୍ଡର ସଲ କ୍ରେସ୍ପୋଙ୍କ ସହ କ୍ଲବ ଚୁକ୍ତି କରିଛି । ୨୫ ବର୍ଷୀୟ ଏହି ଷ୍ଟାର ଖେଳାଳି ପ୍ରାରମ୍ଭିକ ପର୍ଯ୍ୟାୟରେ ୧ ବର୍ଷ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୧୯ ମ୍ୟାଚ ଖେଳି ସାରିଛନ୍ତି । ଏଥିରେ ଲା ଲିଗା ୨ର ୫୫ ମ୍ୟାଚ ଏବଂ କୋପା ଡେଲ ରେର ୯ ମ୍ୟାଚ ସାମିଲ । ସିନିୟର ଖେଳାଳି ଭାବେ ୨୦୧୫ରେ କ୍ରେସ୍ପୋ ପୋନଫେରାଡିନା ପକ୍ଷରୁ ପଦାର୍ପଣ କରିଥିଲେ । ସେହିପରି ୨୦୧୯ରେ ୟୁରି ଡି ସୌଜା ପକ୍ଷରୁ ପ୍ରଫେଶନାଲ ଡେବ୍ୟୁ କରିଥିଲେ । ଆନ୍ତର୍ଜାତୀୟ ଅଭିଜ୍ଞତା ସମ୍ପନ୍ନ କ୍ରେସ୍ପୋଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ କୁହାଯାଇଛି ।
BREAKING NEWS
- ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଝଟକା, ହ୍ୟାରି ବକ୍ସର ଅଟକ…
- ବରୋଦା ଦଳରୁ ବାହାର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଆଘାତ ଯୋଗୁଁ ଶେଷ ହୋଇଯିବ କି କ୍ୟାରିୟର ?
- Limitless delivery…ବର୍ତ୍ତମାନ ୪୦ କି.ମି ଦୂରରେ ଥିବା ରେସ୍ତୋରାଁରୁ କରନ୍ତୁ ଖାଦ୍ୟ ଅର୍ଡର ,ଜୋମାଟୋ ଆଣିଛି ନୂଆ ଫିଚର
- Bundibugyo Virus: ଆଫ୍ରିକାରେ ଇବୋଲାର ନୂଆ ଭାଇରସ୍, ଭାରତ ଉପରେ ପଡିବ କି ପ୍ରଭାବ ?
- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଭାରତର ଅପରାଜେୟ ଅଗ୍ରଣୀ
- ଗାଜାରେ ବର୍ଷା ବିତ୍ପାତ: ଜଳମଗ୍ନ ହେଲା ବିସ୍ଥାପିତ ପରିବାରଙ୍କ ହଜାର ହଜାର ତମ୍ବୁ, ବଢ଼ିଲା ଶୀତରେ ଦୁର୍ଦ୍ଦଶା
- World Record: ବିମାନ ଚଳାଚଳ ଇତିହାସରେ ସଫଳ ଅବତରଣ, ବାୟୂସେନାର ନୂଆ ରେକର୍ଡ
- ସ୍ଥାୟୀ ନିଯୁକ୍ତି ପାଇବା ପୂର୍ବରୁ ଲାଞ୍ଚ ନେଇ ଜେଲ୍ ଗଲେ ମହିଳା ସବ୍-ରେଜିଷ୍ଟ୍ରାର୍
- ଦୀପାବଳୀ ପାଳିବେନି ନବୀନ ପଟ୍ଟନାୟକ: ବନ୍ୟା ପୀଡ଼ିତଙ୍କୁ ଜଣାଇଲେ ସମବେଦନା
- ନଦୀକୂଳରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର; ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
Comments are closed.