ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ ଅମୀର ଖାଁଙ୍କ ପୁତ୍ର ଜୁନୈଦ ଖାଁ ଖୁବ୍ ଶୀର୍ଘ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ପଦାର୍ପଣ ଫିଲ୍ମରେ ସେ ତେଲୁଗୁ ସୁପରହିଟ ଅର୍ଜୁନ ରେଡ୍ଡୀରେ କାମ କରିଥିବା ହିରୋଇନ ଶାଳିନୀ ପାଣ୍ଡେଙ୍କ ସହ ଅଭିନୟ କରିବେ । ୟଶରାଜ ବ୍ୟାନର ଏହି ଫିଲ୍ମ ପ୍ରସ୍ତୁତ କରୁଛି । ଶାଳିନୀ ଏହି ବ୍ୟାନରରେ ୩ଟି ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଏହା ତାଙ୍କର ଦ୍ୱିତୀୟ ଫିଲ୍ମ ହେବ ।
ତେବେ ଏ ନେଇ ଅଫିସିଆଲ କୌଣସି ଷ୍ଟେଟମେଂଟ ଜାରି କରାଯାଇ ନାହିଁ । ଫିଲ୍ମର ଅନ୍ୟ କଳାକାରଙ୍କ ନାମ ମଧ୍ୟ ଘୋଷଣା କରାଯାଇ ନାହିଁ । ୨୦୨୧ରେ ଜୁନୈଦଙ୍କ ପଦାର୍ପଣ ଫିଲ୍ମର ଶୁଟିଂ ଆରମ୍ଭ ହେବ । ଏହାର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ମାଲହୋତ୍ରାଙ୍କ ଉପରେ ନ୍ୟସ୍ତ ରହିଛି ।
Comments are closed.