Latest Odisha News

BREAKING NEWS

ମନରେଗା କାମ ପାଇଁ ଗ୍ରାମସାଥୀଙ୍କ ଠାରୁ ଲାଞ୍ଚ ନେଇ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ବାଟେମୁରା ଓ ବରଗାଁ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ । ଗ୍ରାମସାଥୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କନିଷ୍ଠ ଯନ୍ତ୍ରୀ ପ୍ରଣତୀ ସାହୁଙ୍କୁ ଭିଜିଲାନ୍ସ ଧରିଛି ।

ସୂଚନା ଅନପସାରେ, ମନରେଗା ଅଧିନରେ ମାନେଶ୍ୱର ବ୍ଲକରେ ହୋଇଥିବା ରାସ୍ତା କାମର ସମସ୍ତ କାଗଜପତ୍ର ହସ୍ତାନ୍ତର ପାଇଁ ଜେଇ ଲାଞ୍ଚ ମାଗିଥିଲେ । ଦାବି ଅନୁସାରେ, ଗ୍ରାମସାଥୀଙ୍କ ଠାରୁ ଜେଇ ପ୍ରଣତୀ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଧରା ପଡି଼ଛନ୍ତି ।

ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ପ୍ରଣତୀଙ୍କ ଅନୁଗୁଳ ଓ ସମ୍ବଲପୁରର ୩ଟି ଠିକଣାରେ ରେଡ୍ କରିଛି ଭିଜିଲାନ୍ସ । ଏବେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.