ଭୁବନେଶ୍ବର: କମ୍ପିବ କଳିଙ୍ଗ ଷ୍ଟାଡିଅମ୍, ୨୪ରୁ ବିଶ୍ୱ କପ୍ ଆରମ୍ଭ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍ । ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ବିଶ୍ୱକପ୍ର କ୍ରୀଡ଼ାସୂଚୀ ଘୋଷଣା କରିଛି ।
୧୬ଟି ଦଳକୁ ୪ ଟି ପୁଲରେ ଭାଗ କରାଯାଇଛି । ଆୟୋଜକ ଭାରତ ପୁଲ୍ ବି‘ରେ ରହିଛି । ନଭେମ୍ବର ୨୪ ତାରିଖରେ ମୋଟ୍ ୫ଟି ମ୍ୟାଚ୍ ରହିଥିବାବେଳେ ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ ଭାରତ-ଫ୍ରାନ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ । ପୁଲ ରାଉଣ୍ଡରୁ ଫାଇନାଲ ପର୍ଯ୍ୟନ୍ତ ମୋଟ୍ ୪୮ଟି ମ୍ୟାଚ୍ ଖେଳାଯିବ । ଫାଇନାଲ ମ୍ୟାଚ୍ ଡିସେମ୍ବର ୫ ତାରିଖରେ ହେବ ।
ନଭେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ପୁଲ ପର୍ଯ୍ୟାୟ, ୩୦ ତାରିଖରେ ୯ମରୁ ୧୬ତମ ସ୍ଥାନ ପାଇଁ ମ୍ୟାଚ୍, ଡିସେମ୍ବର ୧ ତାରିଖରେ କ୍ୱାର୍ଟର ଫାଇନାଲ, ଡିସେମ୍ବର ୨ ତାରିଖରେ ପୋଜିସନ୍ ମ୍ୟାଚ୍, ଡିସେମ୍ବର ୩ ତାରିଖରେ ସେମି ଫାଇନାଲ, ଡିସେମ୍ବର ୪ ତାରିଖରେ ପୋଜିସନ୍ ଏବଂ ୫ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ ।
ସେହିଭଳି ପୁଲ୍ ଏ’ରେ ୨୦୧୬ ସଂସ୍କରଣର ରନର୍ସଅପ୍ ବେଲଜିୟମ, ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା । ପୁଲ୍ ବି’ରେ ଡିଫେଣ୍ଡିଂ ଚାମ୍ପିଅନ ଭାରତ, କାନାଡ଼ା, ଫ୍ରାନ୍ସ ଓ ପୋଲାଣ୍ଡ । ପୁଲ୍ ସି’ରେ କୋରିଆ, ନେଦରଲାଣ୍ଡସ, ସ୍ପେନ ଓ ଆମେରିକା ଓ ପୁଲ୍ ଡି’ରେ ଆର୍ଜେଣ୍ଟିନା, ଜର୍ମାନୀ, ପାକିସ୍ତାନ ଓ ଇଜିପ୍ଟ ରହିବେ ।
Comments are closed.