Latest Odisha News

BREAKING NEWS

ଜାତୀୟ ଜୁନିୟର ହକି: ସେମିରେ ହାରିଲା ଓଡିଶା

ଭୁବନେଶ୍ୱର: ତାମିଲନାଡୁର କୋଭିଲପାଟ୍ଟିରେ ଅନୁଷ୍ଠିତ ଜାତୀୟ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶା ସେମିଫାଇନାଲରେ ପରାଜିତ ହୋଇଛି । ଚଣ୍ଡୀଗଡ ବିପକ୍ଷ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନିର୍ଦ୍ଧାରିତ ସମୟରେ ପରସ୍ପର ବିରୋଧରେ ୨ଟି ଲେଖାଏ ଗୋଲ ସ୍କୋର କରିଥିଲେ । ଚଣ୍ଡୀଗଡ ପେନାଲ୍ଟି ଶୁଟଆଉଟରେ ୩-୧ରେ ବିଜୟ ହାସଲ କରିଥିଲା । ରବିବାର ହେବାକୁ ଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ହରିୟାଣାକୁ ଭେଟିବ ଓଡିଶା ।

ମ୍ୟାଚର ୨ୟ ମିନିଟରେ ଲାବନ ଲାଗୁନ ଓଡିଶା ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ । ଏହାର ଜବାବରେ ହରିୟାଣା ରୋହିତଙ୍କ ଗୋଲ ମାଧ୍ୟମରେ ମ୍ୟାଚକୁ ୧-୧ ସମାନ ସ୍ଥିତିକୁ ଆଣିଥିଲା । ଲାଗୁନ ତୃତୀୟ କ୍ୱାର୍ଟରରେ ପୁନର୍ବାର ଓଡିଶାକୁ ଅଗ୍ରଣୀ କରାଇଥିଲେ । ମାତ୍ର ଇନ୍ଦ୍ରପାଲ ସିଂ ନିର୍ଦ୍ଧାରିତ ସମୟ ପୂର୍ବରୁ ଗୋଲ କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣି ଦେଇଥିଲେ । ଅନ୍ୟ ସେମିଫାଇନାଲରେ ଉତରପ୍ରଦେଶ ୨-୧ରେ ହରିୟାଣାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ।

Leave A Reply

Your email address will not be published.