Latest Odisha News

ଜଷ୍ଟିସ୍ ଏସ୍ ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ ଏସ ମୂରଲୀଧର ବର୍ତ୍ତମାନ ଜଣେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରିବେ । ମୁରଲୀଧରଙ୍କୁ ବରିଷ୍ଠ ଆଇନଜୀବୀ ମାନ୍ୟତା ଦେଲେ ମାନ୍ୟବର ସୁପ୍ରିମକୋର୍ଟ । ଫୁଲକୋର୍ଟ ମିଟିଂରେ ମାନ୍ୟତା ଦେବାକୁ ନିଷ୍ପତ୍ତି ।

BjdElectrycity

ଜଷ୍ଟିସ ଏସ ମୂରଲୀଧର ହେଉଛନ୍ତି ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି । ସେ ପ୍ରଥମେ ମେ ୨୦୦୬ରେ ଭାରତର ରାଷ୍ଟ୍ରପତିଙ୍କଦ୍ୱାରା ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ପରେ ୬ ମାର୍ଚ୍ଚ ୨୦୨୦ରେ ପଞ୍ଜାବ ଏବଂ ହରିୟାଣାର ହାଇକୋର୍ଟରେ ବିଚାରପତି ପଦବୀରେ ଅବସ୍ଥାପିତ ହୋଇଥିଲେ । ପରେ ଜାନୁଆରୀ ୨୦୨୧ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରିଥିଲେ । ତେବେ ଚଳିତ ବର୍ଷ ଅଗଷ୍ଟରେ ଅବସର ନେଇଥିଲେ ଜଷ୍ଟିସ ଏସ ମୁରଲୀଧର ।

୧୯୬୧ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଜଷ୍ଟିସ ଏସ. ମୁରଲୀଧର । ୟୁନିଭର୍ସିଟି ଅଫ ମାଡ୍ରାସରୁ ଆଇନ ଶିକ୍ଷା ଶେଷ କରିବା ପରେ ୧୯୮୪ରେ ଓକିଲାତି ଜୀବନ ଆରମ୍ଭ କରିଥିଲେ । ୧୯୮୭ରେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ପ୍ରାକ୍ଟିସ କରିଥିଲେ । ସୁପ୍ରିମକୋର୍ଟରେ ଆମିକସ କ୍ୟୁରୀ ଭାବେ ଅନେକ ମାମଲାର ପରିଚାଳନା କରିଥିଲେ ଜଷ୍ଟିସ ଏସ୍. ମୁରଲୀଧର ।

ନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନ ଓ ଇଲେକ୍ସନ କମିଶନ ଅଫ ଇଣ୍ଡିଆର କାଉନସେଲ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି ସେ । ୨୦୦୨ରୁ ୨୦୦୬ ମସିହା ଯାଏ ସେ ଥିଲେ ଲ’ କମିଶନ ସଦସ୍ୟ । ସୁପ୍ରିମକୋର୍ଟ ଆଇନ ସେବା କମିଟି ଓକିଲ ଭାବେ ଡକ୍ଟର ମୁରଲୀଧର ଥିଲେ ଖୁବ୍ ସକ୍ରିୟ । ଭୋପାଳ ଗ୍ୟାସ ଦୁର୍ଘଟଣା ଏବଂ ନର୍ମଦା ନଦୀବନ୍ଧ ବିସ୍ଥାପିତଙ୍କ ପାଇଁ ଓକିଲାତି କରି ଖୁବ୍ ଚର୍ଚ୍ଚାରେ ରହିଥିଲେ ଡକ୍ଟର ମୁରଲୀଧର।

 

 

Leave A Reply

Your email address will not be published.