ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍ ୟୁ ୟୁ ଲଳିତ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଜଷ୍ଟିସ୍ ୟୁ ୟୁ ଲଳିତ ଦିଲ୍ଲୀରେ ଅପରାଧିକ ମାମଲା ଲଢ଼ି ଖ୍ୟାତି ଅର୍ଜନ କରିବା ପରେ ସେ ସୁପ୍ରିମ୍ କୋର୍ଟର ବରିଷ୍ଠ ଆଡ୍ଭୋକେଟ୍ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୧୪ରେ ତାଙ୍କୁ ସିଧାସଳଖ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।
ସୂଚନା ଅନୁଯାୟୀ, ଶୁକ୍ରବାର ସୁପ୍ରିମ୍ କୋର୍ଟର ୪୮ତମ ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍ .ଭି. ରମଣା ଅବସର ଗ୍ରହଣ କରିଥିଲେ । ଏକ ଭାବବିହ୍ୱଳ ପରିବେଶରେ ବିଦାୟ ନେଇଥିଲେ ଏନ.ଭି. ରମଣା।
Comments are closed.