ନୂଆଦିଲ୍ଲୀ: କାନାଡାର ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇସାରିଛନ୍ତି। ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ ମାର୍କ କାର୍ନି। ତାଙ୍କ ଶପଥ ଗ୍ରହଣ ପୂର୍ବରୁ ସୋମବାର ଦିନ ଲିବରାଲ ପାର୍ଟିର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ଏହି ସମୟରେ ଜଷ୍ଟିନ୍ ଟ୍ରୁଡୋଙ୍କୁ ଆନୁଷ୍ଠାନିକ ଭାବରେ ବିଦାୟ ଦିଆଯାଇଥିଲା। ଆଉ ଏହି ସମାରୋହରେ ଟ୍ରୁଡୋଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋରେ ଜଷ୍ଟିନ୍ ଟ୍ରୁଡୋଙ୍କୁ ଚେୟାର ଧରି ଚାଲୁଥିବାର ଦେଖିବାକୁ ମିଳୁଛି।
ଏହି ସମୟରେ ସେ କ୍ୟାମେରାକୁ ଦେଖି ଜିଭ ଦେଖାଉ ଥିବା ନଜର ଆସିଛି। ସେ ହାଉସ୍ ଅଫ୍ କମନ୍ସରେ ତାଙ୍କ ଚୌକିକୁ ହାତରେ ଧରିଛନ୍ତି। ଯାହାକୁ ଟ୍ରୁଡୋଙ୍କ ବିଦାୟର ପ୍ରତୀକ ଭାବରେ ଦେଖାଯାଉଛି।
Comments are closed.