Latest Odisha News

କଦଳୀ ପତ୍ର ଚିକେନ୍‌

ଘରେ ପ୍ରସ୍ତୁତ କରନ୍ତୁ କଦଳୀ ପତ୍ର ଚିକେନ୍‌ । ଜାଣି ରଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ : ଚିକେନ୍‌, କଦଳୀ ପତ୍ର, ଅଦା ରସୁଣ ପେଷ୍ଟ୍‌, ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, କଞ୍ଚା ଲଙ୍କା, ଜିରା ଓ ଧନିଆ ବଟା, ତେଲ, ସୂତା ଓ ପାଣି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଏକ ପାତ୍ରରେ ରଖି ମ୍ୟାରିନେଟ୍‌ କରି ଦିଅନ୍ତୁ। ମ୍ୟାରିନେଟ୍‌ କରିବା ପାଇଁ ସେଥିରେ ଜିରା, ଧନିଆ ବଟା, ଅଦା ଓ ରସୁଣ ବଟା, ହଳଦୀ ଗୁଣ୍ଡ, ଲୁଣ, ଗରମ ମସଲା, ଲଙ୍କା ଗୁଣ୍ଡ, କଞ୍ଚାଲଙ୍କା ଓ ତେଲ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତା’ପରେ ମସଲା ଚିକେନ୍‌ରେ ଭଲ ଭାବେ ମିଶିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ।

ଏବେ କଦଳୀ ପତ୍ରକୁ ଛୋଟ ଛୋଟ କରି କାଟିଦେଇ ତା’ଉପରେ ତେଲ ମାରି ଦିଅନ୍ତୁ। ମ୍ୟାରିନେଟ୍‌ ହୋଇ ରହିଥିବା ଚିକେନ୍‌କୁ ସେଥିରେ ରଖନ୍ତୁ। ଏହାକୁ ଭଲ ଭାବେ ସୂତାରେ ଗୁଡ଼ାଇ ଦିଅନ୍ତୁ।

ଏହାପରେ ଚୁଲିରେ ତାୱା ବସାନ୍ତୁ। ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ କଦଳୀ ପତ୍ରରେ ଗୁଡ଼ା ହୋଇ ରହିଥିବା ଚିକେନ୍‌କୁ ସେଥିରେ ଦିଅନ୍ତୁ।

ଗୋଟିଏ ପଟ ସିଝିବା ପରେ ଅନ୍ୟପଟ ଲେଉଟାଇ ସିଝାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା କଦଳୀ ପତ୍ର ଚିକେନ୍‌। କଦଳୀ ପତ୍ରରୁ ଚିକେନ୍‌ ବାହାର କରି ଗରମ ଗରମ ଚିକେନ୍‌ର ମଜା ନିଅନ୍ତୁ।

Leave A Reply

Your email address will not be published.