Latest Odisha News

BREAKING NEWS

କାଜଲ ଅଗ୍ରୱାଲଙ୍କ ‘ପ୍ରି-ୱେଡିଂ ଫେଷ୍ଟିଭ’!

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚ୍‌ଲୁଙ୍କୁ ବିବାହ କରିବେ । କିନ୍ତୁ ଏହା ପୂର୍ବରୁ ଆରମ୍ଭ ହୋଇଛି ତାଙ୍କର ଉତ୍ସବ । କାଜଲ ତାଙ୍କ ଇଂଷ୍ଟାଗ୍ରାମ୍‌ରେ ପ୍ରି-ୱେଡିଂ ଫେଷ୍ଟିଭର ଫଟୋ ସେୟାର କରିଛନ୍ତି ।

ଦଶହର ଅବସରରେ ଗୌତମ ଏବଂ କାଜଲଙ୍କ ନିଜ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇବା ସହ ଏକାଠି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ କାଜଲ ‘ପ୍ରି-ୱେଡିଂ ଫେଷ୍ଟିଭିଟିଜ୍‌’ କ୍ୟାପସନ୍ ଲେଖିଛନ୍ତି । କାଜଲ-ଗୌତମଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କାଜଲ ଓ ଗୌତମ ଦୁହେଁ ଏକାଠି ଥିବା ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି ଯେ, ଆମ ତରଫରୁ ଦଶହରାର ଶୁଭେଚ୍ଛା। ସେହିପରି କାଜଲଙ୍କ ଭାବି ସ୍ୱାମୀ ଗୌତମ କିଚ୍‌ଲୁ ନିଜ  ଇନ୍‌ଷ୍ଟାଗ୍ରାମ୍‌ରେ ଦୁଇଟି ସମାନ ଗ୍ଲାସ୍ ଥିବା ଫଟୋକୁ ସେୟାର କରିଥିଲେ। ଯେଉଁଥିରେ ସେ ଲେଖିଥିଲେ ଯେ ’ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’’।

Comments are closed.