Latest Odisha News

BREAKING NEWS

ଡିପ୍‌ଫେକର ଶିକାର ହେଲେ କାଜୋଲ, ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା , ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପରେ ଏବେ ଡିପ୍‌?ଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି ଅଭିନେତ୍ରୀ କାଜୋଲ । କାଜୋଲଙ୍କ ଏକ ନକଲି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓରେ ଡିପ୍‌?ଫେକ ଟେକ୍ନୋଲୋଜି ବ୍ୟବହାର କରି ଅଭିନେତ୍ରୀଙ୍କୁ ଅଶ୍ଳୀଳ ଢଙ୍ଗରେ ଉପସ୍ଥାପିତ କରାଯାଇଛି । ଡିପ୍‌?ଫେକରେ ଏଡିଟ ହୋଇଥିବା ଭିଡିଓରେ ଅଭିନେତ୍ରୀ ପୋଷାକ ବଦଳୁଥିବା ଦେଖିବାକୁ ମିଳିଛି । କାଜୋଲଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ପ୍ରଶଂସକମାନେ ଏହି ଭିଡିଓରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି ।

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ବହୁଳ ପ୍ରସାରିତ ହେବାରେ ଲାଗିଥିଲା । ଏଥିରେ ସେ କଳାରଙ୍ଗର ବସ୍ତ୍ର ପରିଧାନ କରି ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବା ମିଳୁଛି । ବାସ୍ତବରେ ସେ ରଶ୍ମିକା ନୁହନ୍ତି, ତାଙ୍କ ଭଳି ଅବିକଳ ଦେଖାଯାଉଥିବା ଭିନ୍ନ ଜଣେ ଯୁବତୀ । ସମ୍ପାଦିତ ଭିଡିଓଟିକୁ ଦେଖିବା ପରେ ରଶ୍ମିକା ବିଚଳିତ ହୋଇଯାଇଥିବା ଏବଂ ତାହା ତାଙ୍କୁ କଷ୍ଟ ଦେଇଥିବା ଏକ୍ସ’ରେ ଉଲ୍ଲେଖ କରିଛନ୍ତି । ରଶ୍ମିକାଙ୍କ ଏଡିଟେଡ ଭିଡିଓ ଦେଖି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିଗ୍ ବି ଅମିତାଭ ବଚ୍ଚନ । ସେହିପରି ‘ଟାଇଗର-୩’ରେ କ୍ୟାଟ୍ରିନା ଟାୱେଲ ପିନ୍ଧି ଫାଇଟିଂ କରୁଛନ୍ତି । କ୍ୟାଟ୍ରିନାଙ୍କ ଏହି ଟାୱେଲ ପିନ୍ଧା ଫଟୋକୁ ଏଡିଟ୍ କରି ଅଶ୍ଲୀଳ କରାଯାଇଛି । ଡିପଫେକ ଟେକ୍ନୋଲୋଜିର ସାହାଯ୍ୟରେ କେହି ଜଣେ କ୍ୟାଟ୍ରିନାଙ୍କ ଫଟୋ ଏଡିଟ୍ କରି ତାଙ୍କୁ ବିକିନି ପିନ୍ଧାଇଛି । ସେହିପରି ସାରା ତେନ୍ଦୁଲକର ତାଙ୍କ ତଥାକଥିତ ପ୍ରେମିକ ତଥା ଭାରତୀୟ କ୍ରିକେଟର ଶୁଭମନ ଗିଲଙ୍କ ବେକରେ ହାତ ଥିବା ଦେଖିବାକୁ ମିଳିଥିଲା । ଏହାର କ୍ୟାପସନରେ ଲେଖାଥିଲା – ସାରା ନିଶ୍ଚିତ କରିଛନ୍ତି ଯେ ସେ ଶୁଭମନ ଗିଲଙ୍କୁ ଡେଟ କରୁଛନ୍ତି । ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଏହି ଫଟୋ ବି ଭାଇରାଲ ହୋଇଥିଲା । ବାସ୍ତବରେ ଏହି ଫଟୋ ଫେକ୍ ଥିଲା । ସାରା ଶୁଭମନ ଗିଲଙ୍କ ସହ ନୁହେଁ ବରଂ ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ବେକରେ ହାତ ପକାଇଛନ୍ତି ।

Leave A Reply

Your email address will not be published.