Latest Odisha News

BREAKING NEWS

ହରଡ଼ଘଣାରେ ଚାଷୀ

ଟିଟିଲାଗଡ଼: ହରଡ଼ଘଣାରେ ଏବେ ଟିଟିଲାଗଡ଼ ଚାଷୀ। ଗତ ସୋମବାର ଦିନ ଟିଟିଲାଗଡ଼ ଉପଜିଲ୍ଲାପାଳ ସାରର ବ୍ୟାପକ କଳାବଜାରୀ ହେଉଥିବା ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। ଦୋକାନ ଓ ଗୋଦାମ ଚଢ଼ାଉ କରିବା ସହ ଅନେକ ସ୍ଥାନରୁ ବେଆଇନଭାବେ ସାର ବି ଜବତ କରିଥିଲେ। ଏହି ମଧ୍ୟରେ ଚାଷୀମାନଙ୍କ ପାଇଁ ଆସୁଥିବା ଏକ ସାର ଗାଡ଼ି ହାବୁଡ଼ରେ ପଡ଼ିଥିଲା। କଳାହାଣ୍ଡି ଜିଲ୍ଲା ସାଲେଭଟାରୁ ଛଅ ଜଣ ଚାଷୀ ନିଜ ଚାଷ ଜମି ପାଇଁ ଏକ ଗାଡ଼ିରେ ସାର ଆଣୁଥିବାବେଳେ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ହାତରେ ଧରାପଡ଼ିଥିଲେ।

ଏହି ମଧ୍ୟରେ ଚାଷୀମାନଙ୍କ ପାଇଁ ଆସୁଥିବା ଏକ ସାର ଗାଡ଼ି ହାବୁଡ଼ରେ ପଡ଼ିଥିଲା। କଳାହାଣ୍ଡି ଜିଲ୍ଲା ସାଲେଭଟାରୁ ଛଅ ଜଣ ଚାଷୀ ନିଜ ଚାଷ ଜମି ପାଇଁ ଏକ ଗାଡ଼ିରେ ସାର ଆଣୁଥିବାବେଳେ ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ହାତରେ ଧରାପଡ଼ିଥିଲେ। ତାହା ବିଜେପୁରର ଏକ ସାର ଦୋକାନର ବୋଲି ମନେ କରି ଜବତ କରାଯାଇଥିଲା। ହେଲେ ସାର ବିଜେପୁରର କୌଣସି ବ୍ୟବସାୟୀଙ୍କ ହୋଇନଥିବାବେଳେ ତାହା ଚାଷୀମାନେ ଆଣୁଥିବା ତଥା ଚୋରମରା ଗାଁର ରବି ରଣାଙ୍କ ଗାଡ଼ି ଭଡ଼ାରେ ନେଇ ସାର ଆଣୁଥିବାବେଳେ ଉପଜିଲ୍ଲାପାଳଙ୍କ ହାବୁଡ଼ରେ ପଡ଼ି ତାହା ଏବେ ଟିଟିଲାଗଡ଼ ଥାନାରେ ରହିଛି। ଯାହାକୁ ନେଇ ସମ୍ପୃକ୍ତ ଚାଷୀ ଏବେ ବାରଦ୍ୱାର ହେବା ହିଁ ସାର ହେଉଛି।

ତେବେ ଏନେଇ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉପଯୁକ୍ତ ତଦନ୍ତ କରି ସାର ଗାଡ଼ି ଚାଷୀମାନଙ୍କୁ ଫେରାଇଦେବା ପାଇଁ ନିବେଦନ କରାଯାଇଛି।

Leave A Reply

Your email address will not be published.