Latest Odisha News

ଚାଷୀମାନଙ୍କ ପାଇଁ ନୂଆ ଯୋଜନା “ସିଏମ୍‌ କିଷାନ”

ଭୁବନେଶ୍ଵର: ବଦଳିଲା କାଳିଆ ଯୋଜନାର ନାମ । କାଳିଆ ଯୋଜନା ଜାଗାରେ ହେଲା ସିଏମ୍ କିଷାନ ଯୋଜନା । ସିଏମ୍‌ କିଷାନ ଯୋଜନା ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି। ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ମଧ୍ୟ ଘୋଷଣା କରାଯାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ ହୋଇଛି । ସେହିପରି ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ବ୍ୟୟବରାଦ କରାଯାଇଛି ।

୨୦୨୩-୨୪ ତୁଳନାରେ ୨୦୨୪- ୨୫ ବଜେଟ ପରିମାଣ ୧୫% ଅଧିକ । ଚଳିତ ବର୍ଷ ମୋଟ ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଅଟକଳ ବ୍ୟୟବରାଦ ରହିଛି । କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ବଜେଟ ବ୍ୟୟବରାଦ କରାଯାଇଚି । ଗତବର୍ଷ କୃଷି ବଜେଟ ୨୪, ୮୨୯ କୋଟି ଥିବାବେଳେ ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି ବ୍ୟୟବରାଦ କରାଯାଇଛି । ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ ଧାନ କିଣାଯିବ । ଧାର୍ଯ୍ୟ ଏମ୍‌ଏସ୍‌ପିଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ ।

 

Comments are closed.