Latest Odisha News

BREAKING NEWS

ଭାରତର ରାଜଧାନୀରେ ପାକିସ୍ତାନ ଜିନ୍ଦାବାଦ ନାରା: ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ:ଗଣତନ୍ତ୍ର ଦିବସ ପାଇଁ ସାରା ଭାରତ ପ୍ରସ୍ତୁତ ହେଉଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ରବିବାର ଶୁଭଛି ପାକିସ୍ତାନ ଜିନ୍ଦାବାଦର ନାରା । ନୂଆଦିଲ୍ଲୀର ଖାନ୍ ମାର୍କେଟ ସ୍ଥିତ ପିଏସ ତୁଗଲକ ରୋଡ ନିକଟ ମେଟ୍ରୋ ଷ୍ଟେସନ ବାହାରେ କିଛି ଦୂବୃର୍ତ ଏହି ନାରା ଦେଇଛନ୍ତି । ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ୩ଜଣ ଯୁବକ ଏବଂ ୩ ଜଣ ଯୁବତୀଙ୍କୁ ଅଟକ ମଧ୍ୟ ରଖାଯାଇଛି ।

BjdElectrycity

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ୬ଜଣ ବ୍ୟକ୍ତି ଇଣ୍ଡିଆଗେଟ୍ ବାଇକରେ ବୁଲିବାକୁ ଆସିଥିଲେ । ସେମାନେ ପରସ୍ପରର ନାମ ବିଭିନ୍ନ ଦେଶ ଆଧାରରେ ରଖିଥିଲେ । ପାକିସ୍ତାନ ନାମ ଧାରୀ ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ସେମାନେ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇଥିଲେ ।

Bjd_BSKY
Leave A Reply

Your email address will not be published.