Latest Odisha News

BREAKING NEWS

ସ୍ୱର୍ଗତଃ ପ୍ରବୀର ପ୍ରଧାନଙ୍କ ପରିବାରକୁ ୫୦ ଲକ୍ଷ ପ୍ରଦାନ ପାଇଁ ଦାବିକଲା କଳିଙ୍ଗ ସାମ୍ବାଦିକ ସଂଘ 

ଭୁବନେଶ୍ୱର: କରୋନା ଯୋଦ୍ଧା ପ୍ରବିର କୁମାର ପ୍ରଧାନ କରେନାରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ଅମର ଆତ୍ମାର ସଦଗତ କାମନା କରି କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ଲୋୟର ପିଏମ୍‌ଜି ଠାରୁ ଏକ କ୍ୟାଣ୍ଡେଲ ରାଲି ବାହାରି ମାଷ୍ଟର କ୍ୟାଣ୍ଟିନ୍ ଠାରେ ପହଞ୍ଚି ଥିଲା ।

ସେଠାରେ ସ୍ୱର୍ଗତ ପ୍ରବିରଙ୍କ ନିମନ୍ତେ ୨ ମିନିଟ୍ ନିରବ ପ୍ରାଥନା କରାଯିବା ସହ ତାଙ୍କର ଅମର ଆତ୍ମାପ୍ରତି ଗଭିର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ପ୍ରବିରଙ୍କ ପରିବାରକୁ ତୁରନ୍ତ ୫୦ ଲକ୍ଷ ଟଙ୍କା ପ୍ରାଦାନ ,ତାଙ୍କ ପରିବାର ରୁ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଥିଲା । ଏଥିସହିତ କରୋନା ମହାମାରି ର ଭୟାବହତା ଭିତରେ ନିଜ ଜୀବନ କୁ ବାଜି ଲଗାଇ କରୋନା ସହ ଲଢୁଥିବା ପୋଲିସ ,ଡାକ୍ତର ,ସ୍ୱାସ୍ଥ୍ୟ କର୍ମୀ ,ସଫେଇ କର୍ମଚାରି ଓ ସାମ୍ବାଦିକଙ୍କ ନିରପତା ଦୃଷ୍ଟିରୁ ଟିକା କରଣ ର ଅବଶ୍ୟକତା ଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ସାମ୍ବାଦିକଙ୍କୁ ବାଦ ଦିଆଯିଆଛି ।

ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ କରୋନା ମହାମାରିରେ ପ୍ରମୁଖ ଭୁମିକା ନିଭାଉଥିବା ସାମ୍ବାଦିକ ମାନଙ୍କୁ ଟିକା କରଣ ପର୍ଯ୍ୟାୟ ଭୁକ୍ତ କରିବା ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଆବାହାକ ସୁକାନ୍ତ କୁମାର ରାଉତ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନେକ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.