Latest Odisha News

BREAKING NEWS

କଳିଙ୍ଗ ଷ୍ଟାଡିୟମ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଫି ବଢ଼ିଲା

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଫି ଧାର୍ଯ୍ୟ ହୋଇଛି । ପୂର୍ବ ତୁଳନାରେ ବୃଦ୍ଧି ପାଇ ଏହା ମାସକୁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଫନି ବାତ୍ୟାରେ ଭାଙ୍ଗିରୁଜି ଯାଇଥିବା ବିଜୁ ପଟ୍ଟନାୟକ ସନ୍ତରଣାଗାରର ପୁନଃରୁଦ୍ଧାର ପରେ ଏବେ ପୁଣି ତାଲିମ ଆରମ୍ଭ ହୋଇଛି ।

ମାର୍ଚ୍ଚ ମାସରୁ ଛୋଟ ପିଲାଙ୍କ ନାମଲେଖା ଆରମ୍ଭ ହୋଇଥିବାବେଳେ ପ୍ରାୟ ମାସକ ଫରେ ପରିଚାଳନା କମିଟି ଫି ଧାର୍ଯ୍ୟ କରିଛନ୍ତି । ନୂତନ ଫି ଅନୁଯାୟୀ ୫ରୁ ୧୨ବର୍ଷ ବୟସର ପିଲାଙ୍କ ପାଇଁ ମାସିକ ୧୦୦୦ ଟଙ୍କା ୧୨ରୁ ୧୮ବର୍ଷ ବୟସର ପିଲାଙ୍କ ପାଇଁ ମାସିକ ୧୫୦୦ ଟଙ୍କା ଏବଂ ୧୮ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ମାସିକ ୨୦୦୦ ଟଙ୍କା ଧାର୍ଯ୍ୟ ହୋଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ଛୋଟ ପିଲାଙ୍କୁ ପହଁରିବାପାଇଁ ମାସକୁ ୭୦୦ ଟଙ୍କା ଦେବାକୁ ପଡୁଥିବା ବେଳେ ସେମାନଙ୍କୁ ସପ୍ତାହରେ ୬ଦିନ ପହଁରିବାର ସୁଯୋଗ ମିଳୁଥିଲା । ହେଲେ ଏବେ ମାସକୁ ୧୦୦୦ ଟଙ୍କାରେ ତିନି ଦିନ ସୁଯୋଗ ପ୍ରଦାନ କରାଯାଉଛି ।

ଉଲ୍ଲେଖଯୋଗ୍ୟ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ପହଁରିବା ତାଲିମ ଦାୟିତ୍ୱ ଶିଳ୍ପ ସଂସ୍ଥା ଜେଏସ୍‍ଡବ୍ଲ୍ୟୁକୁ ପ୍ରଦାନ କରାଯାଇଛି । ସମ୍ପୃକ୍ତ ସଂସ୍ଥା ଏଠାରେ ପିଲାଙ୍କ ନାମଲେଖା ସହିତ ସେମାନଙ୍କ ସହ ଯୋଗାଯୋଗରେ ରହିଛି । ତେବେ ଏଭଳି ଦୈନିଦିନ ପରିଚାଳନା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଏହି ଦର ଧାର୍ଯ୍ୟ କରାଯାଇଥିବା ସନ୍ତରଣାଗାର ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ସନ୍ତରଣାଗାରରେ ପୂର୍ବରୁ ପହଁରୁଥିବା ଆଜୀବନ ସଦସ୍ୟ ଓ କର୍ପୋରେଟ ସଦସ୍ୟଙ୍କ ଫି ଅପରିବର୍ତ୍ତିତ ରହିଛି। ଅନ୍ୟ ସବୁବର୍ଗଙ୍କ ପାଇଁ ନୂତନ ଫି ଧାର୍ଯ୍ୟ ହୋଇଛି । ଏହି ନୂଆ ଦର ଏପ୍ରିଲ ପହିଲାରୁ ଲାଗୁ ହୋଇଥିବା ବେଳେ ବହୁ ବିଳମ୍ବରେ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ପିଲାଙ୍କ ଠାରୁ ଏକକାଳୀନ ଦୁଇ ମାସର ଫି ଆଦାୟ କରାଯାଉଛି ।

Leave A Reply

Your email address will not be published.