Latest Odisha News

BREAKING NEWS

ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବ ‘ଦାଦା ସାହେବ ଫାଲକେ’ ପୁରସ୍କାର

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ବହୁତ ଭଲ ଖବର ରହିଛି। ସୁପରଷ୍ଟାର ରଜନୀକାନ୍ତଙ୍କୁ ମିଳିବାକୁ ଯାଉଛି ‘ଦାଦା ସାହେବ ଫାଲକେ’ ପୁରସ୍କାର। ଏନେଇ ରବିବାର ଚେନ୍ନାଇରେ ଥିବା ତାଙ୍କ ବାସଭବନ ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ‘ମୁଁ ଏହି ସମ୍ମାନଜନକ ପୁରସ୍କାର ଜିତିବା ପାଇଁ କେବେ ଆଶା କରିନଥିଲି। ମୁଁ ଦୁଃଖିତ ଯେ, ମୋ ଗୁରୁ କେବି(କେ.ବାଲାଚନ୍ଦର)ସାର୍ ଏହି ସମୟରେ ମୋ ପାଖରେ ନାହାନ୍ତି।’

ସେ ଆହୁରି କହିଛନ୍ତି, ଦାଦାସାହେବ ଫାଲକେ ପୁରସ୍କାର ପାଇଁ ମୁଁ ବହୁତ ଖୁସି। ଆସନ୍ତାକାଲି ୨୫ଅକ୍ଟୋବରରେ ଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ସୁରପଷ୍ଟାର ରଜନୀକାନ୍ତଙ୍କୁ ଏହି ପୁରସ୍କାର ଦିଆଯିବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏପ୍ରିଲ ୨୦୨୧ରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ଘୋଷଣା କରିଥିଲେ, ସୁପରଷ୍ଟାର ରଜନୀକାନ୍ତଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ମିଳିବାକୁ ଯାଉଛି। ମାତ୍ର କରୋନା ମହାମାରୀ ଯୋଗୁଁ ପୁରସ୍କାର ମିଳିବା ବିଳମ୍ବିତ ହୋଇଥିଲା।

ଭାରତର ଅନ୍ୟତମ ଲୋକପ୍ରିୟ ତାରକା ରଜନୀକାନ୍ତଙ୍କୁ ୨୦୦୦ମସିହାରେ ଭାରତ ସରକାର ପଦ୍ମ ଭୂଷଣ ଏବଂ ୨୦୧୬ରେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା। ରଜନୀକାନ୍ତ ପ୍ରଥମେ ଅପୂର୍ବ ରଙ୍ଗଲାଲ ତାମିଲ ସିନେମାରେ ଡ଼େବ୍ୟୁ କରିଥିଲେ। ହିଟ୍ ଫିଲ୍ମ ମଧ୍ୟରେ ‘ବାଶା’, ‘ଶିବାଜୀ’ ଓ ‘ଏନ୍ଥିରାନ’ ଚଳଚ୍ଚିତ୍ର ଅନ୍ତର୍ଭୂକ୍ତ। ଦାଦାସାହେବ ଫାଲକେ ପୁରସ୍କାର ହେଉଛି ସିନେମା ଜଗତରେ ଭାରତରେ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ। ଅଭିନେତ୍ରୀ ଦେବିକା ରାଣୀଙ୍କୁ ପ୍ରଥମ ଥର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.