Latest Odisha News

BREAKING NEWS

ନିଆରା ପରମ୍ପରା: ୭୧୭ ବର୍ଷରେ ଥରେ ପାଳନ ହୁଏ କେରଳର ଏହି ମହୋତ୍ସବ !

ଥିରୁଅନନ୍ତପୁରମ: କେରଳର କସରଗଡ଼ ଜିଲ୍ଲା ଅନ୍ତର୍ଗତ କହ୍ନିରାଦୁକମ୍ ଗାଁରେ ପାଳନ ହେଉଛି ନିଆରା ମହୋତ୍ସବ ।

୭୧୭ ବର୍ଷ ପରେ ପାରମ୍ପରିକ ପେରୁନକାଲିୟାଟମ୍ ମହୋତ୍ସବ ପାଳିତ ହେଉଛି। ପରମ୍ପରା ଅନୁସାରେ ୭୧୭ ବର୍ଷରେ ଥରେ କହ୍ନିରାଦୁକମ୍ ଗ୍ରାମବାସୀ କଲିଓଟ୍ ଦେବୀ ମନ୍ଦିରରେ ମାସେ ଧରି ଏହି ଉତ୍ସବ ପାଳନ କରିଥାନ୍ତି । ଡିସେମ୍ବର ୨୩ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ମାସେ ଧରି ଚାଲିବ।

କହିବାକୁ ଗଲେ ସାତ ପୁରୁଷରେ ଥରେ ଏହି ଉତ୍ସବ ପାଳନ ହେଉଥିବାରୁ ଦେଖିବା ପାଇଁ ଦେଶ ବିଦେଶରୁ ଲୋକଙ୍କ ସୁଅ ଛୁଟୁଛି । ଏହି ଉତ୍ସବର ବିଶେଷ ଆକର୍ଷଣ ହେଉଛି ପାରମ୍ପରିକ ବାଦ୍ୟର ତାଳେ ତାଳେ ଥେୟାମ୍ ନୃତ୍ୟ ପ୍ରଦର୍ଶନ। ଏଥିରେ ନୃତ୍ୟଶିଳ୍ପୀଙ୍କୁ ଦେବୀଙ୍କ ଭଳି ସଜାଯାଇଥାଏ ।

ସାଧାରଣତଃ ସୂର୍ଯ୍ୟାସ୍ତ ପରେ କାଠଜଳାଇ ସେଇ ନିଆଁର ଆଲୋକରେ ଥେୟାମ୍ ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ପାରମ୍ପରିକ ବାଦ୍ୟ ଏବଂ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ ହୋଇଥାଏ । ଏହାର ପରିପାଟୀ, ସାଜସଜ୍ଜା ବେଶ୍ ଆକର୍ଷଣୀୟ।

ମାଲାବାର ଅଞ୍ଚଳରେ ଏହି ଉତ୍ସବ ବହୁପ୍ରତିକ୍ଷୀତ । ୭୧୭ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବାରୁ ଲୋକେ ଏହାକୁ ଉତ୍‌କଣ୍ଠାର ସହ ଅପେକ୍ଷା କରିଥାନ୍ତି । ଏହି ଉତ୍ସବ ନିଜ ଆଖିରେ ଦେଖିବାକୁ ଲୋକେ ନିଜର ସୌଭାଗ୍ୟ ମନେକରିଥାନ୍ତି । ଖାସ୍ ଏଥିପାଇଁ ଦେଶ ବିଦେଶରେ ଯେଉଁଠି ଥିଲେ ବି ମାଲାବାରର ଲୋକେ ଏଠାକୁ ଛୁଟି ଆସନ୍ତି । ଏହା କଳା ଓ ସଂସ୍କୃତିର ଏକ ଅପୂର୍ବ ସମନ୍ବୟ ।

 

Leave A Reply

Your email address will not be published.