Latest Odisha News

BREAKING NEWS

କନକ ମଞ୍ଜରୀ ସାହୁଙ୍କ ଅନୂଦିତ ଉପନ୍ୟାସ ‘ଚାନ୍ଦର ପାହାଡ଼’ ଉନ୍ମୋଚିତ

ଭୁବନେଶ୍ୱର : ପ୍ରସିଦ୍ଧ ବଙ୍ଗଳା ଲେଖକ ବିଭୁତିଭୁଷଣ ବନ୍ଦୋପାଧ୍ୟାୟଙ୍କ ଲିଖିତ ତଥା ଅନୁବାଦିକା କନକ ମଞ୍ଜରୀ ସାହୁଙ୍କ ଦ୍ୱାରା ଅନୂଦିତ ଉପନ୍ୟାସ ‘ ଚାନ୍ଦର ପାହାଡ଼’ ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ଗଣେସୀଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି ।

ଏହି ଅବସରରେ ଲେଖିକା ଶ୍ରୀମତୀ ସାହୁଙ୍କ ସହ କବି ରକ୍ଷକ ନାୟକ , ତାପସ ରଞ୍ଜନ ତ୍ରିପାଠୀ , ଅସିତ ମହାନ୍ତି , ସୋମେଶ ମହାପାତ୍ର , ହିମାଂଶୁ ମହାପାତ୍ର ଏବଂ ମାଳବିକା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ପୁସ୍ତକଟି ପୂର୍ବରୁ ପୌରୁଷ ରେ ଧାରାବାହିକ ଭାବେ ପ୍ରକାଶିତ ହୋଇଥିଲା। ଏହା ଚମତ୍କାର ଆଡ଼ଭେଞ୍ଚରର ପୃଷ୍ଠଭୂମି ଉପରେ ଆଧାରିତ ଏକ ଉପନ୍ୟାସ। ଓଡ଼ିଶା ଅନୁବାଦ ପରିଷଦ ଦ୍ୱାରା ଏହି ଉପନ୍ୟାସଟି ପ୍ରକାଶିତ ହୋଇଛି ।

Leave A Reply

Your email address will not be published.