ହାମିଲଟନ: ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ନୂଆ ବର୍ଷ ଅବସରରେ ନିଜ ନାମରେ ଆଉ ଏକ ନୂତନ ରେକର୍ଡ ଯୋଡିଛନ୍ତି । ଟେଷ୍ଟ କ୍ରିକେଟରେ ନ୍ୟୁଜିଲାଣ୍ଡ ପକ୍ଷରୁ ସବୁଠାରୁ ଦ୍ରୁତ ୭୦୦୦ ରନ କରିବାର କୀର୍ତିମାନ ସ୍ଥାପନ କରିଛନ୍ତି । ପାକସ୍ତାନ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ସେ ବ୍ୟକ୍ତିଗତ ଭାବେ ୨୩୮ ରନ କରିବା ସହ ଉପରୋକ୍ତ ରେକର୍ଡର ଅଧିକାରୀ ହୋଇଛନ୍ତି । ତାଙ୍କ ପୂର୍ବରୁ ରସ ଟେଲର ୯୬ ଟେଷ୍ଟରେ ଏହି ସଫଳତା ହାସଲ କରିଥିଲେ । ୱିଲିୟମସନ ୮୪ ଟେଷ୍ଟ ଖେଳି ତାଙ୍କ ରେକର୍ଡ ଅତିକ୍ରମ କରିଛନ୍ତ ।
ସର୍ବାଧିକ ରନ ସଂଗ୍ରହରେ ସେ ଷ୍ଟିଫେନ୍ ପ୍ଲେମିଂ ( ୧୧୧ ଟେଷ୍ଟ, ୭୧୭୨ ରନ) ଓ ଟେଲର(୧୦୫ ମ୍ୟାଚ, ୭୩୭୯ରନ) ତାଙ୍କଠାରୁ ଆଗରେ ଅଛନ୍ତି । ୱିଲିୟମସନ ୮୩ ଟେଷ୍ଟରେ ୭୧୧୫ ରନ କରିଛନ୍ତି ।
Comments are closed.