Latest Odisha News

BREAKING NEWS

କଙ୍ଗନାଙ୍କ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କଡା ସମାଲୋଚନା; କହିଲେ ବାଇଡେନ୍‌ ହେଉଛନ୍ତି ‘ଗଜ୍‌ନୀ’ ଏକ ବର୍ଷରୁ ଅଧିକ ସମୟ ତିଷ୍ଠି ପାରିବେ ନାହିଁ

ମୁମ୍ବାଇ: ଆମେରିକା ନିର୍ବାଚନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି। ବଲିଉଡ୍‌ ସେଲିବ୍ରେଟିମାନେ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ପ୍ରତ୍ୟେକ ପ୍ରସଙ୍ଗରେ ନିଜର ବୟାନ ରଖୁଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏ ବିଷୟରେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରିଛନ୍ତି। ଆମେରିକାର ନୂତନ ରାଷ୍ଟ୍ରପତି ଜୋସେଫ ଆର ବାଇଡେନ୍‌ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କ ନିର୍ବାଚନକୁ ନେଇ ​​ସେ ପ୍ରତିକ୍ରିୟା ରଖିଛନ୍ତି।

ବାଇଡେନ୍‌ଙ୍କ ବିଜୟ ଉପରେ କଙ୍ଗନା କଡା ମନ୍ତବ୍ୟ ଦେଇଥିବା ବେଳେ ଅନ୍ୟପଟେ କମଲା ହାରିସ ବିଜୟକୁ ମହିଳାଙ୍କ ବିଜୟ ବୋଲି ବର୍ଣ୍ଣନା କରିଛନ୍ତି କଙ୍ଗନା। ସେ ଟୁଇଟ୍‌ କରି କହିଛନ୍ତି ଯେ- ‘ମୁଁ ଗଜିନି ବାଇଡେନ୍‌ଙ୍କ ବିଷୟରେ ନିଶ୍ଚିତ ନୁହେଁ, ଯାହାଙ୍କ ତଥ୍ୟ ପ୍ରତି ୫ ମିନିଟରେ ପରିବର୍ତ୍ତନ ହୁଏ, ସେ ଏକ ବର୍ଷରୁ ଅଧିକ ସମୟ ତିଷ୍ଠି ପାରିବେ ନାହିଁ। ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ କମଲା ହାରିସ୍ ହିଁ ଏହି ସୋକୁ ଆଗକୁ ଚଳାଇବେ। ଯେତେବେଳେ ଜଣେ ମହିଳା ଜାଗ୍ରତ ହୁଅନ୍ତି, ସେ ଅନ୍ୟ ମହିଳାମାନଙ୍କ ପାଇଁ ମଧ୍ୟ ରାସ୍ତା ତିଆରି କରନ୍ତି। ଏହି ଐତିହାସିକ ଦିନକୁ ଉପଭୋଗ କରିବା ଉଚିତ।’

Comments are closed.