Latest Odisha News

BREAKING NEWS

କଙ୍ଗନା ବନାମ ଦିଲ୍‌ଜିତ

ନେୂଆଦିଲ୍ଲୀ: ଦିଲ୍‌ଜିତ ଦୋସାଞ୍ଜ ଏବଂ କଙ୍ଗନାଙ୍କ ମଧ୍ୟରେ ପୁଣିଥରେ ବାକ୍‌ଯୁଦ୍ଧ ‌ଆରମ୍ଭ ହୋଇଯାିଛି। ତେବେ ଏହାର କାରଣ କଣ ରହିଛି? ଦିଲ୍‌ଜିତ୍‌ଙ୍କ ନୂଆ ଗୀତ ସିଙ୍ଗଲ୍ ରିରି (ରିହାନା) ରିଲିଜ୍ ହେବା ପରେ ଏହାକୁ ନେଇ ଦିଲଜିତ ଦୋସାଞ୍ଜ ଏବଂ କଙ୍ଗନା ରାଣାୱତଙ୍କ ମଧ୍ୟରେ ଆଜି ଟ୍ୱିଟରରେ ପୁଣି ଥରେ ମହା ଯୁଦ୍ଧ ଆରମ୍ଭ ହୋଇଯାିଛି। ଚାଲିଥିବା କୃଷକଙ୍କ ବିରୋଧକୁ ସମର୍ଥନ କରୁଥିବା ଟ୍ୱିଟ ଭାଇରାଲ ପରେ ଦିଲଜିତ ଦୋସାଞ୍ଜ ରିହାନ୍ନାଙ୍କୁ ଉତ୍ସର୍ଗୀକୃତ ଏକ ନୂତନ ଗୀତ ପ୍ରକାଶ କରିଥିଲେ। ଏହି ଗୀତ ଭାଇରାଲ ହେବାରେ ଲାଗିଛି ଏବଂ 395k ରୁ ଅଧିକ ଭ୍ୟୁ ମଧ୍ୟ ମିଳିସାରିଛି।

ଏହି ଗୀତ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା ଦିଲଜିତଙ୍କୁ ସମ୍ବେଦନଶୀଳ ପରିସ୍ଥିତିରୁ ଟଙ୍କା ରୋଜଗାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଟ୍ୱିଟରେ ଦୁହିଁଙ୍କ ମଧ୍ୟରେ ଆଉ ଏକ ବାକ୍‌ ଯୁଦ୍ଧ ହୋଇଥିଲା।

Comments are closed.