Latest Odisha News

BREAKING NEWS

ନନ୍ଦନକାନନର ଦୁଇ ବାଘଛୁଆ ଅସୁସ୍ଥ, ଚେନ୍ନାଇ ବିଶେଷଜ୍ଞଙ୍କ ସହାୟତା ଲୋଡିଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର: ନନ୍ଦକାନନ ପ୍ରାଣୀ ଉଦ୍ୟାନରେ ଥିବା ବାଘ ଛୁଆ ଲବ ଓ କୁଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିବାରୁ କର୍ତ୍ତୃପକ୍ଷ ଚେନ୍ନାଇ ପ୍ରାଣୀ ଉଦ୍ୟାନ ଏବଂ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନର ବିଶେଷଜ୍ଞଙ୍କ ସହାୟତା ଲୋଡିଛନ୍ତି।

ଜାନୁଆରୀ ୨୬ ତାରିଖରୁ ଲବର ଛୋଟେଇ ଛୋଟେଇ ଚାଲୁଛି । କୁଶର ପଛ ଦୁଇ ଗୋଡ ପାରାଲିସିସ୍ ହୋଇଯାଇଛି । ବର୍ତ୍ତମାନ ଓୟୁଏଟିର ବିଶେଷଜ୍ଞ ସେମାନଙ୍କର ଚିକିତ୍ସା କରୁଛନ୍ତି । କିନ୍ତୁ ସେମାନଙ୍କ ଅବସ୍ଥାରେ କୌଣସି ସୁଧାର ଆସୁ ନ ଥିବାରୁ ରାଜ୍ୟ ବାହାରର ବିଶେଷଜ୍ଞଙ୍କ ସହାୟତା ଲୋଡାଯାଇଛି ।

Leave A Reply

Your email address will not be published.