Latest Odisha News

BREAKING NEWS

ପ୍ରସବର ୬ ଘଣ୍ଟା ପରେ ନବଜାତକକୁ ଧରି ପରୀକ୍ଷା ଦେଲେ ମହିଳା

ଛପରା : ବିହାରର ସାରଣ ଜିଲ୍ଲାର ତରେୟା ରେଫରାଲ ହସ୍ପିଟାଲରେ ଜଣେ ମହିଳା ସକାଳ ୬ଟା ୨୨ ମିନିଟରେ ଶିଶୁକନ୍ୟା ଜନ୍ମ ଦେବାର ୬ ଘଣ୍ଟା ପରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇଛନ୍ତି ।

ସୂଚନା ଅନୁସାରେ, ନାରାୟଣପୁର ଗାଁର ବାସିନ୍ଦା ମଲିକ ରାୟଙ୍କ ପତ୍ନୀ କୁସୁମ କୁମାରୀ ଇଣ୍ଟର ପରୀକ୍ଷାର୍ଥୀ । ପରୀକ୍ଷାର ଦ୍ବିତୀୟ ଦିନ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ସକାଳ ୧୦ଟାରେ ସେ ଡାକ୍ତରଖାନା ପ୍ରଶାସନକୁ ଡିସଚାର୍ଜ କରିବାକୁ ଅନୁରୋଧ କରିଥିଲେ ।

କୁସୁମ ବଙ୍ଗ୍ରା ଲୋକମାନିଆ ହାଇସ୍କୁଲ ଇଣ୍ଟର କଲେଜର ଛାତ୍ରୀ ।  ପରୀକ୍ଷା କେନ୍ଦ୍ର ଛାପରା ସହରର ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ହୋଇଥିଲା । ନବଜାତ ଶିଶୁକୁ ଧରି ସେ ପରୀକ୍ଷା ଦେବାକୁ ଯାଇଥିଲେ । ଶରୀରରେ ଦୁର୍ବଳତା ଏବଂ ମୁଣ୍ଡ ବୁଲାଉଥିଲେ ମଧ୍ୟ ସେ ପରୀକ୍ଷା ଦେବାକୁ ଯାଇଥିଲେ । ଯଦି ପରୀକ୍ଷା ନ ଦେଇଥାନ୍ତେ ତେବେ ତାଙ୍କର ବର୍ଷେ ସମୟ ବ୍ୟର୍ଥ ହୋଇଥାନ୍ତା । ପରୀକ୍ଷାର୍ଥୀଙ୍କ ଉତ୍ସାହ ଏବଂ ସାହସକୁ ସମସ୍ତେ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.