Latest Odisha News

BREAKING NEWS

ଭଉଣୀ ରଙ୍ଗୋଲିଙ୍କ ମାମଲାରେ ମୁହଁ ଖୋଲିଲେ କଙ୍ଗନା ରଣାୱତ୍ !

ମୁମ୍ବାଇ: ଇନ୍‌ଷ୍ଟାଗ୍ରମରେ ଭିଡିଓ ଶେୟାର କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଭଉଣୀ ରଙ୍ଗୋଲିଙ୍କ ବିବାଦୀୟ ଟୁଇଟ୍ ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରିଥିଲା । ଏ ନେଇ ଟୁଇଟରକୁ ବନ୍ଦ କରିବା ଲାଗି କଙ୍ଗନା ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ।

 

View this post on Instagram

 

address the controversy around #RangoliChandel’s tweet, and why freedom of speech is important in a democracy.

A post shared by Kangana Ranaut (@team_kangana_ranaut) on

ଏକ ଟୁଇଟରେ ରଙ୍ଗୋଲି ପୋଲିସ ଓ ଡାକ୍ତରଙ୍କ ଉପରେ ଜମାତିଙ୍କ ଆକ୍ରମଣକୁ ବିରୋଧ କରିବା ସହ କିଛି ବିବାଦୀୟ ଶବ୍ଦ ଲେଖିଥିଲେ । ଏହା ପରେ ସୋସିଆଲ ମିଡିଆରେ ରଙ୍ଗୋଲିଙ୍କୁ ବିରୋଧ କରାଯାଇଥିଲା । ଏପରିକି ତାଙ୍କ ଟୁଇଟର ଆକାଉଣ୍ଟକୁ ବି ସସପେଣ୍ଡ କରାଯାଇଥିଲା ।

ଭିଡିଓରେ କଙ୍ଗନା ଫରାହ ଖାନ ଅଲ୍ଲି ଓ ରିମା କାଗ୍‌ତିଙ୍କ ଅଭିଯୋଗକୁ ମିଥ୍ୟା କହିଥିଲାବେଳେ ତାଙ୍କ ଭଉଣୀଙ୍କ ବିବାଦୀୟ ମନ୍ତବ୍ୟର ସଫେଇ ଦେଇଛନ୍ତି । ତା ଛଡା ଟୁଇଟରକୁ ଭାରତରେ ବନ୍ଦ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

କଙ୍ଗନା କହିଥିଲେ ଭାରତର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ RSS ଭଳି ସଙ୍ଗଠନକୁ ଆତଙ୍କବାଦୀ କହିବାକୁ ଟୁଇଟର୍ ଅନୁମତି ଦେଉଛି, ହେଲେ ଆତଙ୍କବାଦୀଙ୍କୁ ଆତଙ୍କବାଦୀ କହିବାକୁ ଅନୁମତି ଦେଉନି ।

ଶେଷରେ ସେ ବବିତା ଫୋଗଟଙ୍କ ସୁରକ୍ଷା ଲାଗି ମଧ୍ୟ ଅନୁରୋଧ କରିଛନ୍ତି । ତାବଲିଗି ଜମାତ୍ ଘଟଣାରେ ବବିତା ଖୋଲାଖୋଲି ସମାଲୋଚନା କରିବା ପରେ ତାଙ୍କୁ କ୍ରମାଗତ ହତ୍ୟା ଧମକ ମିଳୁଛି ।

Leave A Reply

Your email address will not be published.