Latest Odisha News

BREAKING NEWS

ମେ’ ୩ ଯାଏଁ ବଢ଼ିବ ବିଦେଶୀଙ୍କ ଭିସା ଅବଧି

ନୂଆଦିଲ୍ଲୀ: କରୋନା ପାଇଁ ଭାରତରେ ଫସି ରହିଥିବା ବିଦେଶୀଙ୍କ ବଢ଼ିବ ଭିସା ଅବଧି । ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ମେ’ ୩ ଯାଏଁ ଭିସା ଅବଧିକୁ ବୃଦ୍ଧି କରାଯିବ । ଯେଉଁ ବିଦେଶୀ ନାଗରିକ ଭିସା ବୃଦ୍ଧି ପାଇଁ ଆବେଦନ କରିବେ ସେମାନଙ୍କ ବିନା ଶୁଳ୍କରେ ସରକାର ଭିସା ଅବଧିକୁ ବଢ଼ାଇବେ ବୋଲି କହିଛି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ । ମେ’ ୩ ତାରିଖ ପରେ ଲକଡାଉନ୍ ନେଇ ସରକାର ଚୂଡାନ୍ତ ନିଷ୍ପତି ନେବା ପରେ ବିଦେଶୀ ନାଗରିକମାନେ ନିଜ ନିଜ ଦେଶକୁ ଫେରିପାରିବେ । ଏ ସମ୍ପର୍କରେ ସମସ୍ତ ସୂଚନା ପାଇଁ ୧୧୨ରୁ କଲ୍‌ କରିବାକୁ କୁହାଯାଇଛି।

Leave A Reply

Your email address will not be published.