ଛତିଶଗଡ଼ : ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲଙ୍କ ହମଲା । ପାମେଡ ଥାନା ଅନ୍ତର୍ଗତ ଧର୍ମଗଡ ସିଆରପିଏଫ କ୍ୟାମ୍ପ ଉପରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିବା ଜଣାପଡିଛି । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଚାଲିଛି ଗୁଳି ବିନିମୟ । ଯବାନଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଉଛି । ଧର୍ମଗଡରେ ରହିଛି ସିଆରପିଏଫ ୧୯୬ ବାଟାଲିଆନର କ୍ୟାମ୍ପ । ଏହି କ୍ୟାମ୍ପ ସ୍ଥାପନ ହେବା ପରଠାରୁ ସ୍ଥାନୀୟ ଆଦିବାସୀ ଓ ଯବାନ ବାରମ୍ବାର ମୁହାଁମୁହିଁ ହେଉଛନ୍ତି । ଆଉ ଆଜି ଏହି ସିରଆପିଏଫ କ୍ୟାମ୍ପ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି ମାଓବାଦୀ । ତେବେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଏଏସପି ପଙ୍କଜ ଶୁକ୍ଳା ।
BREAKING NEWS
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ
- ଏସିଆନ୍ ଗେମ୍ସ ୨୦୨୬: ମହିଳା ୪ଗୁଣନ୪୦୦ ମିଟର ରିଲେରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ, ୫୦ ଅତିକ୍ରମ କଲା ମେଡାଲ୍ ସଂଖ୍ୟା
- ଆସିଗଲା ଆରବିଆଇର ନୂଆ ତାଲିକା: ଅକ୍ଟୋବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ

Comments are closed.