Latest Odisha News

BREAKING NEWS

କନିକା କାପୁରଙ୍କ କରୋନା ପଜିଟିଭ ନେଇ କେଉଁ କେଉଁ ନେତା ବେଶି ଚିନ୍ତିତ

ନୂଆଦିଲ୍ଲୀ:ବଲିଉଡ ସେଲିବ୍ରେଟି କନିକା କାପୁରଙ୍କ କରୋନ ଭାଇରାସରେ ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଅନେକ ନେତା ଆସିଥିଲେ । ଆସନ୍ତୁ ଜାଣିବା କେଉଁ କେଉଁ ନେତା ଏ ନେଇ ଚିନ୍ତିତ ଏବଂ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତରପ୍ରଦେଶର ମନ୍ତ୍ରୀ ଜୟ ପ୍ରତାପ ସିଂ ମଧ୍ୟ କନିକା ସାମିଲ ହୋଇଥିବା ପାର୍ଟିରେ ଯୋଗ ଦେଇଥିଲେ । ବସୁନ୍ଧରା ରାଜେ, ଦୁଷ୍ମନ୍ତ ସିଂଙ୍କ ପରେ ସେ ନିଜକୁ ଆଇସୋଲେଟ କରିଛନ୍ତି । ଜୟ ପ୍ରତାପଙ୍କ ସହ ମିଶିଥିବା କେତେକ ବ୍ୟକ୍ତି ମଧ୍ୟ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

ଦୁଷ୍ମନ୍ତଙ୍କ ସଂସ୍ପର୍ଶରେ ଆପନା ଦଳର ନେତା ଅନୁପ୍ରିୟା ପଟେଲ ଆସିଥିବାରୁ ସେ ଚିନ୍ତିତ ହୋଇ ପଡିଛନ୍ତି । ସେହିପରି ଡେରିକ ଓ’ବ୍ରେନଙ୍କ ସହ ଆମ ଆଦମୀ ପାର୍ଟିର ସଂଜୟ ସିଂ ମିଶିଥିବାରୁ ସେ ମଧ୍ୟ ଏକାନ୍ତବାସରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ଦୁଷ୍ମନ୍ତଙ୍କ ଭାଷଣ ବେଳେ ଡେରିକ ସଂସଦରେ ଉପସ୍ଥିତ ଥିଲେ । ବିଜେପି ବିଧାୟକ ତଥା ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ପୁତ୍ର ପଙ୍କଜ ସିଂ, ଦାଦରୀର ବିଧାୟକ ତେଜପାଲ ନାଗର, ଜେବରର ବିଧାୟକ ଧୀରେନ୍ଦ୍ର ସିଂ ମଧ୍ୟ ବ୍ୟକ୍ତିଗତ ଭାବେ ଆଇସଲେଟ କରିଛନ୍ତି ।

Leave A Reply

Your email address will not be published.