Latest Odisha News

BREAKING NEWS

ଜାପାନରେ ପହଂଚିଲା ଅଲିମ୍ପିକ ମଶାଲ

ଟୋକିଓ: କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପିଯିବା ପରେ ଏଥିରୁ ମୁକୁଳିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି । ଏହା ବିଚାରକୁ ନେଲେ ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ସୃଷ୍ଟି ହୋଇଛି । ତେବେ ଏ ପର୍ଯ୍ୟନ୍ତ ଆୟୋଜକ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ଇତି ମଧ୍ୟରେ ଅଲିମ୍ପିକ ମଶାଲ ଟୋକିଓରେ ପହଂଚିଛି ।  ଜାପାନରେ ଅଲିମ୍ପିକ୍‌ ମଶାଲକୁ ସ୍ବାଗତ କରାଯାଇଛି।

ଏହି ସ୍ବାଗତ ଉତ୍ସବ ସମ୍ପୂର୍ଣ୍ଣ ରୂପେ ଫିକା ପଡିଥିଲା। ଏକ ଚାର୍ଟାଡ ବିମାନରେ ଅଲିମ୍ପିକ ମଶାଲ ଏଠାରେ ଆସି ପହଞ୍ଚିଥିଲା। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ ମଧ୍ୟ ବିଭିନ୍ନ ପରିସ୍ଥିତି ନେଇ ଅନୁଧ୍ୟାନ କରାଯାଉଥିବା କହିଛନ୍ତି । ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆହୁରି ୪ ମାସ ବାକିଥିବାରୁ ସବୁ ପ୍ରକାର ପରିସ୍ଥିତି ଉପରେ ଆମେ ନଜର ରଖିଛୁ ବୋଲି ବାକ କହିଛନ୍ତି। ପୂର୍ବତନ ଅଲିମ୍ପିକ ଜୁଡୋ ଚାମ୍ପିୟନ ସାଓରି ୟୋଶିଡା, ତାଡାହିରୋ, ହାତ ଗଣିତ କେତେଜଣ ଅଧିକାରୀ ଓ ଅତିଥିଙ୍କ ସମ୍ମୁଖରେ ଆନୁଷ୍ଠାନିକ ଭାବେ କଲଡ୍ରୋନ ବା ହଣ୍ଡ ପ୍ରଜ୍ୱଳନ କରାଯାଇଥିଲା ।

Leave A Reply

Your email address will not be published.