Latest Odisha News

BREAKING NEWS

ଲଭ ଜିହାଦ ମାମଲାରେ ପ୍ରଥମ ଶୁଣାଣୀ, ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ

କାନପୁର:ଲଭ ଜିହାଦ ମାମଲାରେ କାନପୁର ଜିଲା କୋର୍ଟ ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ଓ ୩୦ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅର୍ଥରୁ ୨୦ ହଜାର ଟଙ୍କା ପୀଡିତାଙ୍କୁ ପ୍ରଦାନ କରାଯିବ । ଯୁବକ ଜଣଙ୍କ ନିଜ ଧର୍ମକୁ ଲୁଚାଇ ପୀଡିତାକୁ ଭଲ ପାଇବାର ଅଭିନୟ କରିଥିଲା । ପରେ ଯୁବତୀର ଅନିଚ୍ଛା ସତ୍ୱେ ଅଭିଯୁକ୍ତଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲା । ୧୫ ମେ ୨୦୧୭ର ଏହି ମାମଲାରେ ଜାଭେଦ ନାମକ ଯୁବକ ନିଜକୁ ହିନ୍ଦୁ ଭାବେ ପରିଚୟ ଦେବା ସହ ମୁନା ନାମରେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲା ।

ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢ଼ିବାରୁ ବିବାହ କରିବ ବୋଲି କହି ପୀଡିତାଙ୍କୁ ଅପହରଣ କରିଥିଲା । ପରେ ସେ ନିଜ ଧର୍ମ ଜଣାଇବା ସହ ନିକାହ କରିବାକୁ ବାଧ୍ୟ କରିଥିଲା । ଯୁବତୀଜଣଙ୍କ ମନା କରିବାକୁ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଝିଅ ନିଖୋଜ ହୋଇଥିବାରୁ ପରିବାରବର୍ଗ ଥାନାରେ ଅଭିଯୋଗ କରିଥିଲେ । ଏହାର ପରଦିନ ଯୁବକଙ୍କୁ ଗିରଫ କରାଯାଇଥିଲା ।

Leave A Reply

Your email address will not be published.