Latest Odisha News

BREAKING NEWS

ସାମ୍ବାଦିକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ଘଟଣା: ବଢିଲା ମହିଳା ଜେଲରଙ୍କ ଅଡୁଆ, ତଦନ୍ତ ଆରମ୍ଭ କଲେ ଜେଲ ଡିଆଇଜି

କଣ୍ଟାବାଞ୍ଜି: ସାମ୍ବାଦିକଙ୍କୁ ହତ୍ୟା ପାଇଁ କଣ୍ଟାବାଞ୍ଜି ଜେଲରଙ୍କ ଷଡଯନ୍ତ୍ର ଘଟଣା ।  ତଦନ୍ତ ପାଇଁ ଜେଲରେ ପହଞ୍ଚିଛନ୍ତି ଜେଲ୍ ଡିଆଇଜି । ଜେଲ ଡିଆଇଜି କୁଳମଣି ବେହେରା ଓ ଅନ୍ୟ ଅଧିକାରୀ ଜେଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଥାନାରେ ମାମଲା ରୁଜୁ ପରେ ୱେବ ସାମ୍ବାଦିକ ପ୍ରମୋଦ ବେହେରା ଫେରାର ହୋଇଯାଇଥିବା ଜଣାପଡ଼ିଛି । ବର୍ତ୍ତମାନ ୱେବ ସାମ୍ବାଦିକଙ୍କୁ ପୋଲିସ ଖୋଜାଖୋଜି ଜାରି ରଖିଛି  ।

ଅନ୍ୟପଟେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଥାନା ଅଧକାରୀ  । ସାମ୍ବାଦିକଙ୍କୁ ହତ୍ୟା ଷଡଯନ୍ତ୍ର ନେଇ ଜେଲରଙ୍କ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏନେଇ ଜେଲର ଓ ଜଣେ ୱେବପୋର୍ଟାଲ ସାମ୍ବାଦିକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ଭାଇରାଲ ଅଡିଓ କ୍ଲିପରେ କଣ୍ଟାବାଞ୍ଜି ଜେଲର ବିକାଶଲତା ବାରୁ ଓ କଣ୍ଟାବାଞ୍ଜିର ୱେବ ପୋର୍ଟାଲ ସାମ୍ବାଦିକ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳିଥିଲା । ଜେଲର ଜଣକ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ରୋହନ ମହତଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.