Latest Odisha News

BREAKING NEWS

ହସ୍ପିଟାଲ ବେଡରୁ କପିଲ ଦେବଙ୍କ ପ୍ରଥମ ଫଟୋ

ନୂଆଦିଲ୍ଲୀ: ଭାରତକୁ ପ୍ରଥମ ବିଶ୍ୱକପ୍ କ୍ରିକେଟ ଟ୍ରଫି ଜିତାଇଥିବା କପିଲ ଦେବ ଫ୍ୟାନଙ୍କ ପାଇଁ ଖୁସିବ ଖବର । ତାଙ୍କର ଆଞ୍ଜିଓପ୍ଲାଷ୍ଟି ଅସ୍ତ୍ରୋପଚରା ସଫଳ ହେବା ପରେ ସାମନାକୁ ଆସିଛି ଫଟୋ। ହସ୍ପିଟାଲରୁ ବେଡରୁ ତାଙ୍କର ଫଟୋ ଆସିଛି । ଯେଉଁଥିରେ ସେ ସୁସ୍ଥ ଥିବା ନଜର ଆସିଛନ୍ତି ।

ଦୁଇ ହାତରେ ସୁସ୍ଥ ସାଇନ୍ ବି ଦେଖାଇଛନ୍ତି କପିଲ ଦେବ । ପାଖରେ ବସିଛନ୍ତି ତାଙ୍କ ଝିଅ ଆମ୍ୟା । ପୂର୍ବତନ କ୍ରିକେଟର ଚେତନ ଶର୍ମା ଏହି ଫଟୋ ସେୟାର କରିଛନ୍ତି ।

ଛାତି ଯନ୍ତ୍ରଣା ହେବାରୁ ଗତକାଲି କପିଲ ଦେବଙ୍କୁ ଦିଲ୍ଲୀ ସ୍ଥିତ ଫୋର୍ଟିସ୍ ଏସ୍କର୍ଟସ୍ ହାର୍ଟ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା ବିଳମ୍ବିତ ରାତିରେ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଥିଲା । ଆଜି କପିଲ ଦେବ ସୋସିଆଲ୍ ମିଡିଆରେ ସୁସ୍ଥ ଅନୁଭବ କରୁଥିବା ନେଇ ପୋଷ୍ଟ କରିଥିଲେ । ତାଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଥିଲେ କପିଲ ଦେବ । ଆଗାମୀ କିଛି ଦିନ ଭିତରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.