Latest Odisha News

BREAKING NEWS

ହାପି ବାର୍ଥ ଡେ କପିଲ ଶର୍ମା

ମୁମ୍ବାଇ: ଟେଲିଭିଜନର ପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଆଜି ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଆଜି ତାଙ୍କର ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି।

ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ପକ୍ଷେ ଶିଖର ଛୁଇଁବା ଏତେ ସଜଜ ନଥିଲା। ବର୍ତ୍ତମାନ ସମୟରେ ସେ ଟେଲିଭିଜନ ଜଗତର ଜଣେ ସଫଳ ତାରକା। କମେଡି ନାଇଟ୍ସ ୱିଥ୍‌ କପିଲ ଏବଂ ଦି କପିଲ ଶର୍ମା ସୋ ଭଳି ସୋ ମାଧ୍ୟମରେ ସେ ଲୋକଙ୍କ ହୃଦୟରେ ରାଜ କରିଛନ୍ତି। ତେବେ ଏଥିପାଇଁ କପିଲଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା।

ଏପ୍ରିଲ୍ ୨, ଶୁକ୍ରବାର ଦିନ ୪୦ ବର୍ଷରେ ପାଦ ରଖିଥିବା କପିଲ ୨୦୦୭ରେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜରେ ଜଣେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ଏହି ସୋରେ ଜିତିବାରେ କପିଲଙ୍କ ଲୋକପ୍ରିୟତା ବଢିଥିଲା। ଏହାପରଠୁ ସେ ଟେଲିଭିଜନ ଏବଂ ତାପରେ ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ବଲିଉଡ୍‌ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଥିଲା ‘କିସ୍‌ କିସ୍‌ କୋ ପ୍ୟାର୍‌ କରୁ’।

Comments are closed.