Latest Odisha News

କପିଳ ଶର୍ମା ହ୍ୱିଲ ଚେୟାରରେ ବସିବାର ପ୍ରକୃତ କାରଣ ସମ୍ମୁଖକୁ ଆସିଲା

ମୁମ୍ବାଇ: ମୁମ୍ବାଇ ବିମାନ ବନ୍ଦରରେ କମେଡିଆନ୍ କପିଳ ଶର୍ମା ହ୍ୱିଲ ଚେୟାରରେ ବସି ଆସିବା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବବ୍ୟବହାର କରିବା ଏବେ ଚର୍ଚ୍ଚାର କାରଣ ସାଜିଛି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା କପିଳଙ୍କର କଣ ହେଇଛି ? ମଙ୍ଗଳବାର ନିଜେ କପିଳ ଏ ନେଇ ମୁହଁ ଖୋଲିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଜିମ୍‌ରେ ଅଭ୍ୟାସ କରୁଥିବା ବେଳେ ତାଙ୍କ ପିଠିରେ ଆଘାତ ଲାଗିଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ବିଶ୍ରାମ ନେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ବ୍ୟସ୍ତ ନ ହେବା ପାଇଁ ସେ ପ୍ରଶଂସକମାନଙ୍କୁ କହିଛନ୍ତି ।

ସୋମବାର କପିଳଙ୍କୁ ହ୍ୱିଲଚେୟାରରେ ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପାଖକୁ ଦୌଡି ଯାଇଥିଲେ । ତେବେ ସେ ଏଥିରେ ବିରକ୍ତ ହେବା ସହ ସେମାନଙ୍କୁ ଉଲ୍ଲୁ କେ ପଠେ କହିଥିଲେ । ତାଙ୍କର ଏହି ଭିଡି ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି । କପିଳ ଶର୍ମା ଟିଭି ଶୋ ୩ ସପ୍ତାହ ହେଲା ବନ୍ଦ ରହିଛି ।

Leave A Reply

Your email address will not be published.