କରାଚୀ: ପାକିସ୍ତାନ ସୁପର ଲିଗ କ୍ରିକେଟରେ ଏକ ଅଦ୍ଭୁତ ଘଟଣା ସମ୍ମୁଖକୁ ଆସିଛି । କରାଚୀ କିଙ୍ଗସ ଟିମର ୧୩ଜଣ ଖେଳାଳି ହଠାକ ଅସୁସ୍ଥ ହୋଇ ପଡିଥିଲେ । କ୍ୱେଟା ଗ୍ଲାଡିଏଟର୍ସ ବିପକ୍ଷ ମ୍ୟାଚ ପାଇଁ ଦଳରେ ଏଗାର ଜଣ ଖେଳାଳି ମଧ୍ୟ ଉପଲବ୍ଧ ହେଉ ନାହାନ୍ତି । ରିପୋର୍ଟ ମୁତାବକ କରାଜୀ କିଙ୍ଗସ ଟିମର ଶୋଏବ ମଲିକ, ହାସନ ଅଲୀ, ମହମ୍ମଦ ନୱାଜ, କିରନ ପୋଲାର୍ଡ ଓ ଶାନ ମାସୁଦଙ୍କ ପରି ଖେଳାଳି ପେଟ ଖରାପ ହେବା ସହ ବାରମ୍ବାର ବାନ୍ତି ହେବାରେ ଲାଗିଛି । ଏମାନେ ସମସ୍ତେ ଫୁଡ ପଏଜନିଂର ଶୀକାର ହୋଇଥିବା ଅନୁମାନ କରାଯାଉଛି ।
ପିଏସଏଲର ଚଳିତ ସଂସ୍କରଣରେ କରାଚୀର ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ଦଳ ଏବେ ପଂଏଟ ଟେବୁଲରେ ୪ର୍ଥ ସ୍ଥାନରେ ରହିଛି । ୪ଟି ମ୍ୟାଚରୁ ଦଳ ୨ଟି ବିଜୟୀ ହୋଇଥିବା ବେଳେ ସମାନ ସଂଖ୍ୟକ ମ୍ୟାଚରେ ପରାଜିତ ହୋଇଛି । କ୍ୱେଟା ବିପକ୍ଷ ମ୍ୟାଚ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଖେଳାଳିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦଳକୁ ଚିନ୍ତାରେ ପକାଇଛି ।
Comments are closed.